ETV Bharat / sitara

ମାସ୍କ ପିନ୍ଧିବା ସହ ଟିକା ନେବାକୁ ଅନୁରୋଧ କଲେ ମାଧୁରୀ

author img

By

Published : May 17, 2021, 7:54 AM IST

ଭିଡିଓ ସେୟାର କରି କୋରୋନା ନିୟମ ପାଳନ କରିବାକୁ କହିଲେ ମାଧୁରୀ । ଏହା ଟୀକାକରଣ ପାଇଁ ମଧ୍ୟ ଅପିଲ କଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ

ମୁମ୍ବାଇ: କୋରୋନାରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସେଲିବ୍ରିଟି କ୍ରମାଗତ ଭାବେ ସଚେତନା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି । ପ୍ରୟାତଃ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ଲୋକଙ୍କୁ ଅନୁରୋଧ କରୁଛନ୍ତି ମାସ୍କ ପିନ୍ଧିବା ସହ କୋରୋନା ନିୟମ ମାନିବାକୁ । ଏବେ ପୁଣିଥରେ ପ୍ରଶଂସକଙ୍କୁ ସଚେତନା ବାର୍ତ୍ତି ଦେଉଛନ୍ତି ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ।

ସେ ରବିବାର ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ପୋଷ୍ଟ କରି କହିଥିଲେ, ‘ସମସ୍ତଙ୍କୁ ନମସ୍କାର। ଆଶା କରୁଛି ଆପଣ ସମସ୍ତେ ନିରାପଦ ଓ ସୁସ୍ଥ ଥିବ। ଆଉ ସମସ୍ତେ ଘର ପରିବାର ଲୋକଙ୍କ ସହ ସମୟ ବିତାଉଖିବ। ମୋର ଜନ୍ମଦିନରେ ମୁଁ ତୁମକୁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଥିଲି ଯେ ତୁମେ ମୋତେ ଟ୍ବିଟର, ଇନଷ୍ଟାଗ୍ରାମ, ଫେସବୁକ ଏବଂ ଅନ୍ୟାନ୍ୟ ସ୍ଥାନରେ ଶୁଭେଚ୍ଛା ଜଣାଇଥିବାରୁ । ବହୁତ ବହୁତ ଧନ୍ୟବାଦ। ତୁମର ପ୍ରେମ ଏବଂ ସ୍ନେହ ମୋତେ ପ୍ରତ୍ୟେକ ଦିନ ସ୍ବତନ୍ତ୍ର ଅନୁଭବ କରାଇ । ମୁଁ ଜାଣେ ଆମେ ବହୁତ କଷ୍ଟଦାୟକ ସମୟ ଦେଇ ଗତି କରୁଛେ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ତୁମର ପ୍ରିୟ ଲୋକଙ୍କ ସହିତ ଘରେ ରହି ସୁରକ୍ଷିତ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ଯଥାଶୀଘ୍ର ଟୀକାକରଣ କରନ୍ତୁ ଏବଂ ସମସ୍ତ କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ । ଏହି ସମସ୍ୟାରୁ ବାହାରିବା ପାଇଁ ଏକାଠି ରହିବା ଏବଂ ଶକ୍ତିଶାଳୀ ହେବାର ଆବଶ୍ୟକ ଅଛି।’

ପ୍ରକାଶ ଥାଉକି ଗତ 15 ତାରିଖରେ ମାଧୁରୀଙ୍କ 54ତମ ଜନ୍ମଦିନ ଥିଲା । ସେପଟେ ଫ୍ୟାନ୍ସଙ୍କୁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିବାର ନଜର ଆସିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.