ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆକ୍ସନ, ଥ୍ରିଲର ଡ୍ରାମା ଫିଲ୍ମ ‘ବଚ୍ଚନ ପାଣ୍ଡେ’କୁ ନେଇ ଉତ୍ସାହିତ ସମସ୍ତେ । ଗତ ବର୍ଷ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ମେକର୍ସ । ଆଉ ସୋମବାର ଫିଲ୍ମର ସୁଟିଂ ଶେଷ କରିଛନ୍ତି ଫିଲ୍ମର ଅଭିନେତ୍ରୀ କିର୍ତ୍ତୀ ସାନନ । ଏହି ଅବସରରେ ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଜଣାଇଛନ୍ତି ମନ କଥା ।
ଯେଉଁଥିରେ ସେ ଲେଖିଛନ୍ତି, ‘ଫିଲ୍ମ ସୁଟିଂ ମୁଁ ଶେଷ କରିଛି ଅକ୍ଷୟ ଓ ସାଜିଦ ନାଦିଆଦୱାଲଙ୍କ ସହ । ଯାହା ମୋର ସବୁଠୁ ବେଷ୍ଟ ପାର୍ଟ । ମଜାଦାର ସିଡ୍ୟୁଲ । ଯାହା ସ୍ମୃତି ହୋଇ ସବୁବେଳେ ରହିବ । ସମୟ ବିତିବା ସହ ଆମେ ହସଖୁସିରେ ଫିଲ୍ମର ସୁଟିଂ କରିଥିଲୁ । ଗେମିଂ ସେଶନ ସହ ଅସରନ୍ତି ଲଞ୍ଚ ଏବଂ ଡିନର । ଆମେ ସମସ୍ତେ ଗୋଟିଏ ପରିବାର ପରି ରହୁଥିଲୁ । ମୋ ପାଇଁ ବର୍ତ୍ତମାନ ଦୁଃଖଦାୟକ ସୁରିୟାଗଡ ଛାଡିବା । ହେଲେ ମୁଁ ଜାଣିଛି ଆମେ ପୁଣି ଭେଟିବା । ଏବେ ମୁଁ ଅପେକ୍ଷା କରିପାରୁନାହିଁ ତୁମମାନଙ୍କୁ ସିନେମାହଲରେ ଦେଖିବାକୁ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ‘ବଚ୍ଚନ ପାଣ୍ଡେ’ର ନିର୍ଦ୍ଦେଶନା ଦାୟିତ୍ବ ଫରହାଦ୍ ସାମଜି କରୁଥିବା ବେଳେ ଅକ୍ଷୟ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରନ୍ତି ଯିଏ ଅଭିନେତା ହେବାକୁ ଇଚ୍ଛା କରୁଥିବାବେଳେ କ୍ରିତି ଜଣେ ସାମ୍ବାଦିକା ଭୂମିକାରେ ନଜର ଆସିବେ । ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ବି-ଟାଉନର ସର୍କିଟ ଅର୍ଶଦ ୱାରସୀ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ ।
@IANS