ETV Bharat / sitara

ସୁଶାନ୍ତଙ୍କ ପାଇଁ ଇମୋସନାଲ ପୋଷ୍ଟ ଲେଖିଲେ କ୍ରିତି - ଭାବବିହ୍ବଳ ସୁଶାନ୍ତଙ୍କ କୋ-ଷ୍ଟାର ତଥା ଏକ୍ସ ଗାର୍ଲଫ୍ରେଣ୍ଡ କ୍ରିତି ସାନନ

ଭାବବିହ୍ବଳ ସୁଶାନ୍ତଙ୍କ କୋ-ଷ୍ଟାର କ୍ରିତି ସାନନ । ସୋସିଆଲ ମିଡିଆରେ ଦୁଃଖଭରା ପୋଷ୍ଟ କରି ଦୁଃଖି ନଜର ଆସିଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ
author img

By

Published : Jun 16, 2020, 9:28 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଓ କ୍ରିତି ସାନନଙ୍କ ରିଲେସନଶିପରେ ରହିବା ଚର୍ଚ୍ଚା ଜୋର ଧରିଥିଲା । ହେଲେ ଦୁଇଜଣ କେବେ ମଧ୍ୟ ନିଜ ରିଲେସନଶିପ ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଏହି ଦୁଇ ଷ୍ଟାର ‘ରାବତା’ ଫିଲ୍ମରେ ଏକାଠି କାମ କରିଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟାରେ ଭାଙ୍ଗି ପଡିଛନ୍ତି କ୍ରିତି । ନିଜ ବନ୍ଧୁଙ୍କୁ ଅନ୍ତିମ ବିଦାୟ ଦେବାକୁ ଶ୍ମଶାନ ଘାଟରେ ପହଞ୍ଚିଥିଲେ କ୍ରିତି ।

ଏବେ କ୍ରିତି ଇନଷ୍ଟାଗ୍ରାମରେ ଏକ ଇମୋଶନାଲ ପୋଷ୍ଟ କରି ଚର୍ଚ୍ଚାରେ । ଏହାସହ ସେ ସୁଶାନ୍ତଙ୍କ ସହ ବିତାଇଥିବା ସମୟର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ଜାଣିଥିଲେ ତୁମର ଶାନଦାର ମସ୍ତିଷ୍କ ତୁମର ଭଲ ବନ୍ଧୁ ଏବଂ ସବୁଠାରୁ ବଡ ଶତ୍ରୁ ମଧ୍ୟ ଥିଲା । ଏହା ଜାଣି ମୁଁ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ତୁମ ଜୀବନରେ ଏମିତି ସମୟ ଆସିଲା ଯେ ତୁମକୁ ବଞ୍ଚିବା ଠୁ ସହଜ ମରଣ ଲାଗିଲା । କାଶ୍ ତୁମ ପାଖରେ କେହି ଥାଆନ୍ତେ । ଯାହାଙ୍କ ଉପସ୍ଥିତି ତୁମକୁ ଏଭଳି ପଦକ୍ଷେପ ନେବାକୁ ମନା କରିଥାଆନ୍ତା । କାଶ୍ ତୁମେ ଏହି ଝଟକା ସେହି ଲୋକଙ୍କୁ ଦେଇନଥାଆନ୍ତ, ଯେଉଁମାନେ ତୁମକୁ ଖୁବ୍ ପ୍ରେମ କରୁଛନ୍ତି । କାଶ୍ ତୁମ ଏକାକୀରେ ମୁଁ ସମ୍ପୃକ୍ତ ହୋଇପାରିଥାଆନ୍ତି । ହେଲେ ଏମିତି ହେଲା ନାହିଁ । ମୋର ହୃଦୟର ଏକ ଅଂଶ ତୁମ ସହ ଚାଲିଯାଇଛି । ଆଉ ବଞ୍ଚିଥିବା ଅଂଶରେ ସର୍ବଦା ତୁମେ ରହିବ । ମୁଁ ତୁମର ଖୁସି ପାଇଁ ପ୍ରାର୍ଥନା କରିବା କେବେ ବନ୍ଦ କରିନଥିଲି ନା ଆଗକୁ କରିବି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.