ମୁମ୍ବାଇ: ପୁଣିଥରେ ନିଜ ଅଭିନୀତ ‘ଦିଲୱାଲେ’ ପାର୍ଟନର ବରୁଣ ଧୱନଙ୍କ ସହ ପରଦାରେ ନଜର ଆସିବେ କ୍ରିତି ସାନନ । ଏଥର ଏହି ଯୋଡି ହରର ଡ୍ରାମା ଫିଲ୍ମ ‘ବେହଡିୟା’ରେ ନଜର ଆସିବେ । ନିକଟରେ ଫିଲ୍ମର ସୁଟିଂ ଅରୁଣାଚଳ ପ୍ରଦେଶରେ ଆରମ୍ଭ କରିଥିଲେ ବରୁଣ । ଆଉ ଏବେ ଅରୁଣାଚଳକୁ ଯାତ୍ରା କରିଛନ୍ତି କ୍ରିତି । ଆରମ୍ଭ କରିବେ ଫିଲ୍ମର ସୁଟିଂ ।
ଯାତ୍ରା କରିବାର ସୂଚନା ଇନଷ୍ଟାଗ୍ରାମରେ ଦେଇଛନ୍ତି ଅଭିନେତ୍ରୀ । ଫ୍ଲାଇଟରେ ବସିଥିବାର ଏକ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ନିଦରେ ଅରୁଣାଚଳର ଯାତ୍ରା କରୁଛି ।’ ଦେଖନ୍ତୁ ଫଟୋ...
ଦିନେଶ ବିଜାନଙ୍କ ‘ବେହଡିୟା’ରେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି । ଯିଏ ପୂର୍ବରୁ ‘ସ୍ତ୍ରୀ’ ଏବଂ ‘ରୁହି’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇସାରିଛନ୍ତି । ତାଙ୍କର ଏହି ହରର ଡ୍ରାମା ଫିଲ୍ମ 2022 ଏପ୍ରିଲ 14ରେ ରିଲିଜ ହେବ । ଯାହାର ଘୋଷଣା ନିକଟରେ କରିଥିଲେ ମେକର୍ସ ।
ଯଦି କ୍ରିତିଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ତାହାଲେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବଂ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ‘ଆଦିପୁରୁଷ’ରେ ନଜର ଆସିବେ । ଏହାବ୍ୟତୀତ ସେ ‘ମିମି’ ଫିଲ୍ମରେ ମଧ୍ୟ ଦେଖାଯିବେ ।