ETV Bharat / sitara

କରୀନାଙ୍କୁ ଘାରିଛି କୋରୋନା ଭୟ, ମାସ୍କ ପିନ୍ଧିବାକୁ କଲେ ଅନୁରୋଧ

author img

By

Published : Apr 6, 2021, 10:03 AM IST

ନିଜର ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଖାସ୍ ଅପିଲ କରିଛନ୍ତି କରୀନା । ବଢୁଥିବା କୋରୋନା ସଂଖ୍ୟାକୁ ରୋକିବା ପାଇଁ ସେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କହିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନାର ବିପଦ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ସଂକ୍ରମିତ ହେବାରେ ଲାଗିଛନ୍ତି । ଏହି ତାଲିକାରେ ଅକ୍ଷୟ କୁମାର, ବିକ୍କୀ କୌଶଲ, ଭୂମି ପେଡନେକର, ରଣବୀର କପୁର, ଆମୀର ଖାନ ଓ ଆଲିୟା ଭଟ୍ଟ ଭଳି ସେଲିବ୍ରିଟି ସାମିଲ ଅଛନ୍ତି । ଯେଉଁମାନେ କୋରୋନା ସଂକ୍ରମିତ ହୋଇଛନ୍ତି । ମହାମାରୀକୁ ଏଡାଇବା ପାଇଁ ଗୋଟିଏ ଉପାୟ ହେଉଛି ସମସ୍ତ ପ୍ରୋଟୋକଲ ଏବଂ ସାମାଜିକ ଦୂରତା ଅନୁସରଣ କରିବା । ଏହି ହଇଚଇ ଦେଖି ବି-ଟାଉନର ବେବୋ କରୀନା କପୁର ଖାନ ସୋସିଆଲ ମିଡିଆରେ ସେଲ୍ଫି ସେୟାର କରି ସମସ୍ତ ପ୍ରଶଂସକଙ୍କୁ ଖାସ୍ ଅନୁରୋଧ କରିଛନ୍ତି।

ଇନଷ୍ଟାଗ୍ରାମରେ ସେ ନିଜର ଏକ ମାସ୍କ ପିନ୍ଧା ଫଟୋ ପୋଷ୍ଟ କରି ଲେଖିଛନ୍ତି,‘କୌଣସି ପ୍ରପୋଗେଣ୍ଡା ନୁହେଁ । କେବଳ ନିଜର ମାସ୍କ ପିନ୍ଧ ।’ ଏହି ପୋଷ୍ଟ ଜରିଆରେ ସେ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ତାଙ୍କ ଏହି ପୋଷ୍ଟକୁ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି ।

ପ୍ରକାଶ ଥାଉକି କୋରୋନା ପ୍ରକୋପ ରୋକିବା ପାଇଁ ମହାରାଷ୍ଟ୍ର ସରକାର ରାଜ୍ୟରେ ରାତ୍ରି କର୍ଫ୍ୟୁ ସହିତ ୱକେଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ଘୋଷଣା କରିଛନ୍ତି। ଏହାମଧ୍ୟ କୁହାଯାଇଛି ଯେ କର୍ଫ୍ୟୁ ସମୟରେ ମଲ୍, ରେସ୍ତୁରାଁ, ବାର ଓ ସବୁ ଧାର୍ମିକ ସ୍ଥାନ ବନ୍ଦ ରହିବ । କେବଳ ଆବଶ୍ୟକ ସେବା ଜାରି ରଖାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.