ମୁମ୍ବାଇ: ଏବର୍ଷ କଙ୍ଗନା ରଣାୱତଙ୍କ ଦୁଇ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା । ଆକ୍ସନ ଡ୍ରାମା ଫିଲ୍ମ ‘ଧାକଡ’ ଓ ‘ତେଜସ’ ନେଇ ପରଦାକୁ ଫେରିବେ ଅଭିନେତ୍ରୀ । ଇତିମଧ୍ୟରେ ସେ ଫିଲ୍ମ ‘ତେଜସ’ର ମୁମ୍ବାଇ ସିଡ୍ୟୁଲ ସୁଟିଂ ଶେଷ କରିଛନ୍ତି । ଯେଉଁଥିରେ ସେ ଜଣେ ଯୁଦ୍ଧ ବିମାନର ପାଇଲଟ ଅବତାରରେ ନଜର ଆସିବେ । ସୁଟିଂ ଶେଷ କରିବା ଅବସରରେ ସେ ନିଜ ଖୁସି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।
-
Successfully completed #Tejas mumbai schedule now heading to Delhi and Rajasthan soon for upcoming schedules...
— Kangana Ranaut (@KanganaTeam) March 5, 2021 " class="align-text-top noRightClick twitterSection" data="
Thank you everyone for your love and blessings 🙏 pic.twitter.com/uZcRL3lFKV
">Successfully completed #Tejas mumbai schedule now heading to Delhi and Rajasthan soon for upcoming schedules...
— Kangana Ranaut (@KanganaTeam) March 5, 2021
Thank you everyone for your love and blessings 🙏 pic.twitter.com/uZcRL3lFKVSuccessfully completed #Tejas mumbai schedule now heading to Delhi and Rajasthan soon for upcoming schedules...
— Kangana Ranaut (@KanganaTeam) March 5, 2021
Thank you everyone for your love and blessings 🙏 pic.twitter.com/uZcRL3lFKV
ସେ ଟ୍ବିଟରେ ମୁମ୍ବାଇ ସୁଟିଂ ଶେଷ କରିବା ସୂଚନା ଦେଇ ସେ ଟିମ ସହ ଫଟୋ ସେୟାର କରିଛନ୍ତି । ଆଉ ସେଥିରେ ଲେଖିଛନ୍ତି, ‘ସଫଳତା ସହ ଶେଷ ହେଲା ତେଜସର ମୁମ୍ବାଇ ସିଡ୍ୟୁଲ ସୁଟିଂ । ଖୁବଶୀଘ୍ର ଦିଲ୍ଲୀ ଏବଂ ରାଜସ୍ଥାନକୁ ଯାତ୍ରା କରିବି ଆଗାମୀ ସୁଟିଂ ସିଡ୍ୟୁଲ ପାଇଁ । ଧନ୍ୟବାଦ ସମସ୍ତଙ୍କୁ ମତେ ସ୍ନେହ ଏବଂ ପ୍ରେମ ଦେଇଥିବାରୁ ।’
ପ୍ରକାଶ ଥାଉକି ‘ତେଜସ’ ଓ ‘ଧାକଡ’ ବ୍ୟତୀତ କଙ୍ଗନା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ ‘ଥଲାଇଭି’ରେ ନଜର ଆସିବେ । ନିକଟରେ ଫିଲ୍ମର ସୁଟିଂ ଶେଷ କରିଥିଲେ ଅଭିନେତ୍ରୀ ।