ମୁମ୍ବାଇ: କଙ୍ଗନା ରଣାୱତଙ୍କୁ ତାଙ୍କ ଜନ୍ମଦିନ ଠିକ୍ ଗୋଟିଏ ଦିନ ପୂର୍ବରୁ ଭାରତ ସରକାରଙ୍କ ଠୁ ବଡ ଉପହାର ମିଳିଛି । ସୋମବାର କଙ୍ଗନାଙ୍କୁ 67ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମାରୋହରେ ‘ମଣିକର୍ଣ୍ଣିକା: ରାନୀ ଅଫ୍ ଝାନ୍ସି’ ଏବଂ ‘ପଙ୍ଗା’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି । ଆଜି ନିଜ ଜନ୍ମଦିନ ପାଳନ କରୁଥିବା ଅଭିନେତ୍ରୀ ଏହି ସମ୍ମାନ ପାଇ ବହୁତ ଖୁସି ଅଛନ୍ତି ।
ଆଉ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରି ଭାରତ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଭିଡିଓରେ ସେ ପ୍ରସୁନ ଯୋଶୀ, ଶଙ୍କର ଏହସାନ ଲୟଙ୍କ ସମେତ ତାଙ୍କର ଉଭୟ ଚଳଚ୍ଚିତ୍ରର କାଷ୍ଟ ଏବଂ କ୍ରୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ବ୍ୟତୀତ କଙ୍ଗନା ଜୁରି, ଦର୍ଶକଙ୍କ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିବାରୁ କୃତଜ୍ଞତା ପ୍ରକାଶ କରିଛନ୍ତି ।
-
#NationalFilmAwards #NationalAwards2019 #Manikarnika #Panga pic.twitter.com/nNlF7YEa3E
— Kangana Ranaut (@KanganaTeam) March 22, 2021 " class="align-text-top noRightClick twitterSection" data="
">#NationalFilmAwards #NationalAwards2019 #Manikarnika #Panga pic.twitter.com/nNlF7YEa3E
— Kangana Ranaut (@KanganaTeam) March 22, 2021#NationalFilmAwards #NationalAwards2019 #Manikarnika #Panga pic.twitter.com/nNlF7YEa3E
— Kangana Ranaut (@KanganaTeam) March 22, 2021
ସେପଟେ ସୋସିଆଲ ମିଡିଆରେ କଙ୍ଗନାଙ୍କ ପାଇଁ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରକାଶ ଥାଉକି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ‘ଛିଛୋରେ’ ଫିଲ୍ମକୁ ବେଷ୍ଟ ଫିଲ୍ମ ଆୱାର୍ଡ ଦିଆଯାଇଛି ।