ETV Bharat / sitara

କଙ୍ଗନାଙ୍କୁ ନେଇ ଏନସିବିକୁ ଟାର୍ଗେଟ କଲା ମହାରାଷ୍ଟ୍ର କଂଗ୍ରେସ

author img

By

Published : Dec 19, 2020, 10:13 AM IST

ପୁଣି ବିବାଦରେ ସାମ୍ନାକୁ ଆସିଲା କଙ୍ଗନାଙ୍କ ନାଁ । ଏଥର ତାଙ୍କ ବିରୋଧରେ ନଜର ଆସୁଛନ୍ତି ମହାରାଷ୍ଟ୍ର କଂଗ୍ରେସ । ଏହାସହ ଏନସିବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ଲୋକପ୍ରିୟ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଗତ ବର୍ଷ ତାଙ୍କ ଘରେ ଆୟୋଜିତ ଏକ ପାର୍ଟି ବିଷୟରେ ସୂଚନା ମାଗିବା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଏକ ନୋଟିସ ପଠାଯାଇଥିଲା । ତାଙ୍କ ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗରେ ଏକ ବଡ ପ୍ରଶ୍ନ ଉଠାଇ ମହାରାଷ୍ଟ୍ର କଂଗ୍ରେସ କହିଛି ଯେ, ଏଜେନ୍ସି କାହିଁକି ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପଚରାଉଚରା ପାଇଁ ଡାକୁ ନାହିଁ ।

କଂଗ୍ରେସ ନେତା ସଚିନ ସାୱନ୍ତ କହିଛନ୍ତି, ଏନସିବି କରନଙ୍କୁ ନୋଟିସ ପଠାଉଛନ୍ତି, କିନ୍ତୁ ଏଜେନ୍ସି କାହିଁକି କଙ୍ଗନାଙ୍କୁ ପଚରାଉଚରା ପାଇଁ ଡାକୁନାହାନ୍ତି, କାରଣ ସେ ଏକ ଭିଡିଓରେ ଖୋଲାଖୋଲି ଭାବେ କହିଥିଲେ ଯେ ସେ ଡ୍ରଗ୍ସ ସେବନ କରୁଥିଲେ । କିନ୍ତୁ ତାଙ୍କୁ ପଚାରୁ ନାହାଁନ୍ତି । ଏହି ମାମଲାରେ ଏଯାବତ ନା ତାଙ୍କୁ କିଛି ପଚରାଯାଇଛି ନା ନୋଟିସ ମଧ୍ୟ ପଠାଯାଇଛି ।

ଖାଲି ଏତିକି ନୁହେଁ କରନଙ୍କ ଭିଡିଓ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ସଚିନ ଆହୁରି କହିଛନ୍ତି, ଯେଉଁ ଭିଡିଓରେ କରନଙ୍କୁ ଉତ୍ତର ମାଗାଯାଇଛି ତାହା ହେଉଛି 2019 ମସିହାର । ଆଉ ସେହି ସମୟରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଗୃହ ବିଭାଗ ପରିଚାଳନା କରୁଥିଲେ । ତେବେ କଣ ଏହି ଭିଡିଓର ଯାଞ୍ଚ କରାଯାଇନାହିଁ । ଏନସିବି ସେହି ପ୍ରସଙ୍ଗ ଉପରେ ଯାଞ୍ଚ କରୁଛି, ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ କୌଣସି ସମ୍ପର୍କ ନାହିଁ । ଏହା କେବଳ ମହାରାଷ୍ଟ୍ର ସରକାରଙ୍କୁ ବଦନାମ କରିବାକୁ କରାଯାଉଛି ।

ପ୍ରକାଶ ଥାଉକି ଗତ କିଛି ମାସରୁ ଶାସକ ସହଯୋଗୀ ଶିବସେନା, କଂଗ୍ରେସ ପାର୍ଟି (ଏନସିପି) ଏବଂ ମହାରାଷ୍ଟ୍ର ସରକାର କଂଗ୍ରେସ ସୁଶାନ୍ତ ମାମଲାକୁ ଅନେକ ଥର ଉଠାଇଥିଲେ ଏବଂ ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ସ୍ଥିତି ଜାଣିବାକୁ ଦାବି କରିଥିଲେ । ବର୍ତ୍ତମାନ ସିବିଆଇର ତଦନ୍ତ ସହିତ ଏନସିବି ମଧ୍ୟ ବଲିଉଡ ଡ୍ରଗ୍ସ ମାଫିଆ ସମ୍ପର୍କରେ ଯାଞ୍ଚ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.