ETV Bharat / sitara

ନିଜ ଅଫିସ ଦେଖି ଭାଙ୍ଗିଗଲା କଙ୍ଗନାଙ୍କ ହୃଦୟ, ଜାଣନ୍ତୁ କାହିଁକି

author img

By

Published : Mar 2, 2021, 11:05 AM IST

ଭାଇରାଲ ହେଲା କଙ୍ଗନା ରଣାୱତଙ୍କ ନୂଆ ଟ୍ବିଟ । ଯେଉଁଥିରେ ସେ ନିଜ ଅଫିସ ଦେଖି ଦୁଃଖ ପ୍ରକାଶ କରୁଥିବାର ନଜର ଆସୁଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ

ମୁମ୍ବାଇ: ଦୀର୍ଘ ସମୟ ପରେ ନିଜ ମୁମ୍ବାଇ ସ୍ଥିତ ଅଫିସ ମଣିକର୍ଣ୍ଣିକାରେ ପହଞ୍ଚିଥିଲେ ବି-ଟାଉନର କୁଇନ କଙ୍ଗନା ରଣାୱତ । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ଭାବବିହ୍ବଳ ନଜର ଆସିଥିଲେ । ଆଉ ସମସ୍ତଙ୍କୁ ଜଣାଇଥିଲେ ଅଫିସ ଦେଖି ସେ ଦୁଃଖି ଅଛନ୍ତି ବୋଲି । ତେବେ ଆସନ୍ତୁ ଜାଣିବା କାହିଁକି ସେ ଦୁଃଖି କରିଛନ୍ତି...

କଥାଟି ହେଲା ଯେ ଗତ ବର୍ଷ ବେଆଇନ ନିର୍ମାଣ କାର୍ଯ୍ୟ ଦେଖାଇ ବିଏମସି ତାଙ୍କ ଅଫିସର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହାଦ୍ବାରା ତାଙ୍କ ଅଫିସର କିଛି ଅଂଶ ଭାଙ୍ଗିଯାଇଛି । ଏହାର ଠିକ୍ 6 ମାସ ପରେ ଅଭିନେତ୍ରୀ ନିଜ ଅଫିସକୁ ଯାଇଛନ୍ତି ।

  • I have been conducting meetings at my house, today Aksht Ranaut who founded Manikarnika Films with me also single handedly handling all 700 cases filed on me, insisted that today I attend important meeting regarding Emergency at the office,I wasn’t ready and my heart broke again. pic.twitter.com/mPfuCcmxOt

    — Kangana Ranaut (@KanganaTeam) March 1, 2021 " class="align-text-top noRightClick twitterSection" data=" ">

ଯାହାର ଅନୁଭୂତି ସେ ଟ୍ବିଟରେ ସେୟାର କରି ଲେଖିଛନ୍ତି, ‘ପୁଣିଥରେ ମୋ ହୃଦୟ ଭାଙ୍ଗି ଗଲା । ମୁଁ ନିଜ ଘରେ ମିଟିଂ କରୁଛି । ମୋ ସହିତ ମଣିକର୍ଣ୍ଣିକା ଫିଲ୍ମ ପ୍ରତିଷ୍ଠା କରିଥିବା ଅକ୍ଷତ ମୋ ବିରୋଧରେ ଦାଖଲ ହୋଇଥିବା ସମସ୍ତ 700 ମାମଲା ପରିଚାଳନା କରୁଛନ୍ତି। ଆଜି ସେ ଜିଦ୍ ଧରି ଅଫିସରେ ଏକ ବୈଠକ କରିବାକୁ କହିଥିଲେ । ମୁଁ ଏଥିପାଇଁ ପ୍ରସ୍ତୁତ ନଥିଲି ଏବଂ ମୋର ହୃଦୟ ପୁଣି ଭାଙ୍ଗିଗଲା ।’

ପ୍ରକାଶ ଥାଉକି 2020 ସେପ୍ଟେମ୍ବର 9ରେ ବିଏମସି ବେଆଇନ ଭାବେ ତିଆରି ହୋଇଥିବା ଦାବି କରି ମୁମ୍ବାଇର କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଥିଲା। ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ହୋଇଥିଲା । ଏହା ପରେ କଙ୍ଗନା ଏହି ମାମଲାରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ, ଯାହା ପରେ ହାଇକୋର୍ଟ ସେହି ଦିନ ବିଏମସିର କାର୍ଯ୍ୟ ସ୍ଥଗିତ ରଖିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.