ETV Bharat / sitara

ତୃତୀୟ ପର୍ଯ୍ୟାୟ ଟୀକାକରଣ: ଭିଡିଓ ସେୟାର କରି ପଞ୍ଜୀକରଣ କରିବାକୁ କହିଲେ କଙ୍ଗନା

author img

By

Published : Apr 29, 2021, 12:30 PM IST

ଭାଇରାଲ ହେଲା କଙ୍ଗନାଙ୍କ ନୂଆ ଭିଡିଓ । ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ସମସ୍ତଙ୍କୁ ଏମିତି କହିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: କୋରୋନାରୁ ଦେଶବାସୀଙ୍କୁ ସୁରକ୍ଷିତ କରିବା ପାଇଁ ସରକାର ମେ’ 1 ତାରିଖରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଯାହାର ରେଜିଷ୍ଟ୍ରେସନ ବୁଧବାର ଠାରୁ ଆରମ୍ଭ ହୋଇସାରିଛି । 18 ବର୍ଷରୁ ଉର୍ଦ୍ଧ୍ବ ଲୋକେ ଏହି ଟୀକାକରଣ ପାଇଁ ନିଜର ନାମ କୋୱିନ ଆପ୍, ୱେବସାଇଟ୍, ଆରୋଗ୍ୟ ସେତୁ ଆପ୍ କିମ୍ବା ଉମଙ୍ଗ ଆପ୍ ମାଧ୍ୟମରେ ପଞ୍ଜୀକୃତ କରିପାରିବେ । ଇତିମଧ୍ୟରେ ଫ୍ୟାନ୍ସଙ୍କୁ ସଚେଚନା ବାର୍ତ୍ତା ଦେଇଛନ୍ତି କୁଇନ କଙ୍ଗନା ରଣାୱତ ।

ସେ ବୁଧବାର ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରି କହିଛନ୍ତି, ‘ଏହି କୋରୋନା ମହାମାରୀରେ ପୁରା ବିଶ୍ବ ଲଢୁଛି । ଯାହା ସମସ୍ତଙ୍କୁ ପ୍ରଭାବିତ କରିଛି । ହେଲେ ମୁଁ ଆପଣଙ୍କ ସହ ଏହା ସେୟାର କରିବାକୁ ଚାହୁଁଛି ଯେ ଅନେକ ଲୋକ ଏବେ ନିରାଶ ହୋଇପଡିଛନ୍ତି । ନକାରାତ୍ମକ ଚିନ୍ତାଧାର ବର୍ତ୍ତମାନ ସମସ୍ତଙ୍କ ମନରେ ଆସୁଛି । ହେଲେ ଏହି ସମୟରେ ନିରାଶ ହେବା କଥା ନୁହେଁ । ସମସ୍ତେ ଏହି ଯୁଦ୍ଧରେ ଲଢୁଛନ୍ତି । ପୂର୍ବରୁ ମଧ୍ୟ ସମସ୍ତେ ଅନେକ ମହାମାରୀ ସମସ୍ୟା ସହି ସାରିଛନ୍ତି । ଆମେ ଯଦି ସମାଧାନ ଖୋଜୁ ପାରୁନେ ତେବେ ସମସ୍ୟା ବଢାଇବାର ମଧ୍ୟ କୌଣସି ଆବଶ୍ୟକ ନାହିଁ । ମୁଁ ଭ୍ୟାକ୍ସିନ ନେବାକୁ ବନ୍ଧୁମାନଙ୍କ ସହ ଯିବ ତୁମେ ମଧ୍ୟ ଏହା ପାଇଁ ରେଜିଷ୍ଟ୍ରେସନ କର।’

ସେହିପରି ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ମହତ୍ତ୍ବପୂର୍ଣ୍ଣ ମେସେଜ, ଭ୍ୟାକ୍ସିନ ରେଜିଷ୍ଟ୍ରେସନ ।’ ଯଦି କଙ୍ଗନାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ଏହି କ୍ରମରେ ସାମିଲ ଅଛି ‘ଥଲାଇଭି’, ‘ତେଜସ’ ଓ ‘ଧାକଡ’ ଭଳି ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.