ETV Bharat / sitara

ହାଥରସ ଗଣଦୁଷ୍କର୍ମ ଘଟଣା, ଯୋଗୀ ସରକାରଙ୍କୁ ଏମିତି କହିଲେ କଙ୍ଗନା...

author img

By

Published : Sep 30, 2020, 4:54 PM IST

Updated : Sep 30, 2020, 5:02 PM IST

ହାଥରସ ଗଣଦୁଷ୍କର୍ମକୁ ନେଇ ସାରା ଦେଶ ସ୍ତବ୍ଧ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଦୀର୍ଘ କିଛିଦିନ ହେବ ଚର୍ଚ୍ଚାରେ ଥିବା ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ । ଅଧିକ ପଢନ୍ତୁ...

Actress Kangana Ranaut tweet on Hathras gang rape
ହାଥରସ ଗଣଦୁଷ୍କର୍ମ ଉପରେ ପ୍ରତିକ୍ରିୟା ରଖିଲେ କଙ୍ଗନା

ମନାଲି: ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ମଙ୍ଗଳବାର ଦିନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସାଧାରଣ ଜନତାଙ୍କଠାରୁ ସେଲିବ୍ରିଟି ସମସ୍ତେ ଜର୍ଜରିତ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ହାଥରସ ଗଣଦୁଷ୍କର୍ମକୁ ତୁଳନା କରାଯାଉଥିବାବେଳେ ଦିନକ ପରେ ଘଟଣାର ପ୍ରତିକ୍ରିୟା ଦେଇଛନ୍ତି ସେ ।

କଙ୍ଗନା କହିଛନ୍ତି ଯେ, ମୁଁ ନିଶ୍ଚିତ ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଯେଉଁପରି ଭାବରେ ଡକ୍ଟର ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ କରିଥିବା ଅପରାଧୀଙ୍କୁ ପୋଲିସ ମାରିଥିଲେ ଠିକ ସେହିପରି ଭାବରେ ହାଥରସ ଗ୍ୟାଙ୍ଗରେପ୍ ଅପରାଧୀଙ୍କ ବିରୋଧରେ କିଛି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

ଏଥି ସହ କଙ୍ଗନା ପୂର୍ବରୁ ଟ୍ବିଟରେ କହିଥିଲେ ଯେ, ଏହି ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ଗୁଳି କରାଯିବା ଉଚିତ୍, ଝିଅମାନେ ଏହି ଦେଶରେ କେବେ ସୁରକ୍ଷିତ ରହିବେ? ଲଜ୍ଜାଜନକ ।

  • Shoot these rapists publicly, what is the solution to these gang rapes that are growing in numbers every year? What a sad and shameful day for this country. Shame on us we failed our daughters #RIPManishaValmiki

    — Kangana Ranaut (@KanganaTeam) September 29, 2020 " class="align-text-top noRightClick twitterSection" data=" ">

ୟୁପିର ହାଥରସରେ ଗଣଦୁଷ୍କର୍ମର ଶିକାର ହୋଇଥିବା 19 ବର୍ଷୀୟ ପୀଡିତାର ମଙ୍ଗଳବାର ଦିଲ୍ଲୀର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଏସଆଇଟି ଗଠନ କରିଛନ୍ତି । ଯେଉଁଥିରେ ଚେୟାରମ୍ୟାନ୍ ସେକ୍ରେଟ୍ରେରି ହୋମ ଭଗବାନ୍ ସ୍ବରୂପ ଏବଂ ଚନ୍ଦ୍ରପ୍ରକାଶ, ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ତଥା ଶ୍ରୀମତୀ ପୁଣମ୍, ପିଏସି ଆଗ୍ରା ସଦସ୍ୟ ଅଛନ୍ତି । 7 ଦିନ ମଧ୍ୟରେ ଏସଆଇଟି ଏହାର ରିପୋର୍ଟ ଦାଖଲ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2020, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.