ETV Bharat / sitara

ଭାବୁକଭରା ନୋଟ ଲେଖିଲେ କୁଇନ - କୁଇନ କଙ୍ଗନା ରଣାୱତଙ୍କ ନ୍ୟୁଜ

ଭାଇରାଲ ହେଲା କଙ୍ଗନାଙ୍କ ପିଲା ବେଳେ ଫଟୋ । ଯେଉଁଥିରେ ସେ ଇମୋଶନାଲ କଥା ଲେଖି ସମସ୍ତଙ୍କୁ କରିଦେଇଛନ୍ତି ଆଶ୍ଚର୍ଯ୍ୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Mar 3, 2021, 10:36 AM IST

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ଫିଲ୍ମ ଅପେକ୍ଷା ଅଧିକ ସୋସିଆଲ ମିଡିଆରେ ସକ୍ରିୟ ନଜର ଆସୁଛନ୍ତି । ସେ ଦେଶର ସବୁ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିବା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଜିନିଷ ପୋଷ୍ଟ କରୁଛନ୍ତି । ଏଥର ମଧ୍ୟ ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । ହେଲେ ଏବେ ସେ ନିଜ ପିଲାବେଳେର ଏକ ଫଟୋ ପୋଷ୍ଟ କରି ଭାବବିହ୍ବଳ ନଜର ଆସୁଛନ୍ତି ।

ନିକଟରେ ଇନଷ୍ଟାଗ୍ରାମରେ ସେ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ମୁଁ ଜେଜେମାଙ୍କ ଏହି କାହାଣୀ ଶୁଣି ବଡ ହୋଇଥିଲି ଯେ ଗୋଟିଏ ଝିଅ ପରେ ଯଦି ଅନ୍ୟ ଝିଅ ଜନ୍ମ ହୁଏ, ତେବେ ସମସ୍ତେ ବହୁତ ନିରାଶ ହୁଅନ୍ତି, କିନ୍ତୁ ସେମାନେ ମୋ ବିଷୟରେ ଏମିତି ଭାବିନଥିଲେ । କାରଣ ମୁଁ ବହୁତ ସୁନ୍ଦର ଏବଂ ମୋ ବିବାହ କରିବା କଷ୍ଟସାଧ୍ୟ ତାଙ୍କୁ ହୋଇନଥାଆନ୍ତା । ସମସ୍ତେ ଏହା ଉପରେ ହସୁଥିଲେ, କିନ୍ତୁ ଏହା ମୋ ହୃଦୟକୁ ସବୁବେଳେ ସ୍ପର୍ଶ କରୁଥିଲା । ଅଧ୍ୟୟନ, ପୁସ୍ତକ, ଅନୁସନ୍ଧାନ ଦର୍ଶାଏ ଯେ ଇତିହାସରେ ଉଚ୍ଚ ସଫଳତା ହାସଲ କରିଥିବା ଅସାଧାରଣ ବ୍ୟକ୍ତିମାନେ ସମାଜ କିମ୍ବା ପରିବାର ଦ୍ବାରା ପ୍ରତ୍ୟାଖ୍ୟାନ ହୋଇଥିଲେ କିମ୍ବା ନିମ୍ନ ବୋଲି ବିବେଚନା କରାଯାଉଥିଲା । ତେଣୁ ଏହି ସମସ୍ତ ପ୍ରତିବନ୍ଧକ ଏବଂ ଅସୁବିଧାଗୁଡ଼ିକ ଅର୍ଥପୂର୍ଣ୍ଣ ଥିଲା ।’

ଏହା ବ୍ୟତୀତ କଙ୍ଗନା କୋର୍ଟ ମାମଲାରେ ମଧ୍ୟ ଫସି ଅଛନ୍ତି । କଙ୍ଗନାଙ୍କ ସହ ତାଙ୍କ ଉଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଛି । କଙ୍ଗନା ଏବଂ ରଙ୍ଗୋଲି ଚାନ୍ଦେଲ ମୁମ୍ବାଇରେ ଚାରିଟି କ୍ରିମିନାଲ କେସ ର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ମୁମ୍ବାଇରୁ ହିମାଚଳ ପ୍ରଦେଶକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଛନ୍ତି ସେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.