ETV Bharat / sitara

କୃଷକ ଆନ୍ଦୋଳନ ବିରୋଧୀ ଟ୍ବିଟ ପରେ ପକ୍ଷ ରଖିଲେ କଙ୍ଗନା

author img

By

Published : Dec 4, 2020, 10:29 AM IST

ଅପମାନଜନକ ଟ୍ବିଟ କରି ଡିଲିଟ କରିବା ପରେ ଏବେ କଙ୍ଗନା କୃଷକଙ୍କ ସପକ୍ଷରେ ପ୍ରତିକ୍ରିୟା ଦେଇଛନ୍ତି । ଆଉ ଅନୁରୋଧ କରିଛନ୍ତି ଧର୍ଯ୍ୟ ଧରି ସରକାରଙ୍କ ଉପରେ ବିଶ୍ବାସ ରଖିବାକୁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ବିରୋଧରେ ବିବାଦୀୟ ଟ୍ବିଟ କରି କିଛି ଦିନରୁ ସମସ୍ୟା ଘେରରେ ରହିଆସୁଛନ୍ତି କଙ୍ଗନା ରଣାୱତ । କୃଷି ନିୟମ ବିରୁଦ୍ଧରେ କୃଷକ ଆନ୍ଦୋଳନ ବିଷୟରେ କଙ୍ଗନା ଟ୍ବିଟ କରିଥିଲେ । ଯେଉଁଥିରେ ସେ ଜଣେ ମହିଳା ଆନ୍ଦୋଳନକାରୀଙ୍କୁ ଶାହିନବାଗର ଜେଜେମା ବିଲକିସ୍ ବାନୋ ବୋଲି ବର୍ଣ୍ଣନା କରିଥିଲେ । ଯାହାକୁ ଆଧାର କରି ପପୁଲାର ପଞ୍ଜାବୀ ସିଙ୍ଗର, ଆକ୍ଟର ଦିଲଜିତ ଦୋସାଞ୍ଝ ତାଙ୍କୁ କଡା ଜବାବ ଦେଇଥିଲେ ।

ଏହାକୁ ନେଇ ସୋସିଆଲ ମିଡିଆରେ ଦୁଇଜଣଙ୍କ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ଖାଲି ଏତିକି ନୁହେଁ ଏହି ମାମଲାରେ ପଞ୍ଜାବ ଜିରାକପୁରର ଜଣେ ଆଇନଜୀବୀ କଙ୍ଗନାଙ୍କୁ ଆଇନଗତ ନୋଟିସ ଜାରି କରିଥିଲେ ଏବଂ ଏହି ବିବାଦୀୟ ଟ୍ବିଟ ପାଇଁ କ୍ଷମା ମାଗିବାକୁ ମଧ୍ୟ କହିଥିଲେ । ଇତିମଧ୍ୟରେ ନିଜ ପକ୍ଷ ରଖି ଗୋଟିଏ ପରେ ଗୋଟିଏ ଟ୍ବିଟ କରିବାରେ ଲାଗିଛନ୍ତି କଙ୍ଗନା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରଥମ ଟ୍ବିଟରେ ସେ ଲେଖିଛନ୍ତି, ‘ମୁଁ ଚାଷୀଙ୍କ ସହିତ ଅଛି, ଗତ ବର୍ଷ ମୁଁ କୃଷିଜାତ ଦ୍ରବ୍ୟକୁ ପ୍ରୋତ୍ସାହିତ କରିଥିଲି । ମୁଁ କୃଷକଙ୍କ ଶୋଷଣ ବିଷୟରେ କହିଥିଲି ଏବଂ ସେମାନଙ୍କ ସମସ୍ୟା ମଧ୍ୟ ମୁଁ ଚିନ୍ତା କରୁଛି । ତେଣୁ ଏହି କ୍ଷେତ୍ରର ସମାଧାନ ପାଇଁ ପ୍ରାର୍ଥନା କରିଥିଲି, ଯାହା ଶେଷରେ ଏହି କ୍ରାନ୍ତିକାରୀ ବିଲ୍ ରୂପେ ସାମ୍ନାକୁ ଆସିଛି ।’

  • This Bill is going to transform farmers lives for better in many ways, I understand the anxiousness and effect of many rumours but I am certain government will address all doubts, please be patient. I am with my farmers and people of Punjab hold special place in my heart (cont)

    — Kangana Ranaut (@KanganaTeam) December 3, 2020 " class="align-text-top noRightClick twitterSection" data=" ">

ସେହିପରି ସେ ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ଏହି ବିଲ୍ ଅନେକ ଉପାୟରେ କୃଷକଙ୍କ ଜୀବନକୁ ଉନ୍ନତ କରିବାକୁ ଯାଉଛି, ମୁଁ ଅନେକ ଗୁଜବର ଚିନ୍ତା ଏବଂ ପ୍ରଭାବ ବୁଝିପାରୁଛି କିନ୍ତୁ ମୁଁ ନିଶ୍ଚିତ ଯେ ସରକାର ସମସ୍ତ ସନ୍ଦେହ ଦୂର କରିବେ । ଦୟାକରି ଧର୍ଯ୍ୟ ଧରନ୍ତୁ । ମୁଁ କୃଷକଙ୍କ ସହିତ ଅଛି ଏବଂ ପଞ୍ଜାବର ଲୋକେ ମୋ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।’

ଏହାବ୍ୟତୀତ ସେ ଆହୁରି କହିଛନ୍ତି, ‘ସମଗ୍ର ଦେଶରେ କୃଷକଙ୍କୁ ମୋର ଅନୁରୋଧ କୌଣସି କମ୍ୟୁନିଷ୍ଟ, ଖଲିସ୍ତାନୀ ଓ ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଆପଣଙ୍କର ବିରୋଧକୁ ଅପହରଣ କରିବାକୁ ଦିଅନ୍ତୁ ନାହିଁ । ସର୍ବଶେଷ ରିପୋର୍ଟରେ ଦର୍ଶାଯାଇଛି ଯେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଫଳାଫଳ ସାମ୍ନାକୁ ଆସିଛି । ଯାହା ଦେଶରେ ପୁନର୍ବାର ଶାନ୍ତି ଏବଂ ବିଶ୍ବାସ ବିସ୍ତାର କରିବ ବୋଲି ଆଶା କରୁଛି । ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଜୟ ହିନ୍ଦ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.