ETV Bharat / sitara

କାହିଁକି ଲୋକେ କରୁଛନ୍ତି ଘୃଣା, କାରଣ କହିଲେ କଙ୍ଗନା

author img

By

Published : Dec 18, 2020, 1:10 PM IST

ଏବେ ଟ୍ବିଟ କରି ପୁଣି ଚର୍ଚ୍ଚାରେ କଙ୍ଗନା । ଏଥର ସେ ସମସ୍ତଙ୍କୁ ଜଣାଇଛନ୍ତି କାହିଁକି କିଛି ଦିନରୁ ଲୋକେ ତାଙ୍କ ବିରୋଧରେ ନଜର ଆସୁଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ସେମିତି ତ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ମାସରୁ ତାଙ୍କ ନାଁ ଅନେକ ବିବାଦରେ ଆସି ସାରିଲାଣି । ଏହାର କାରଣ ହେଲା କୃଷକ ଆନ୍ଦୋଳନକୁ ନେଇ ତାଙ୍କର ବାରମ୍ବାର ବିବାଦୀୟ ଟ୍ବିଟ କରିବା । ଯାହା ଉପରେ ଗତ ସପ୍ତାହରେ ପଞ୍ଜାବୀ ଗାୟକ, ଅଭିନେତା ଦିଲଜିତ ଦୋସାଞ୍ଝ ପ୍ରତିକ୍ରିୟା ଦେଇ ତାଙ୍କର ନିନ୍ଦା କରିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଦୁଇଜଣଙ୍କ ଟ୍ବିଟର ୱାର । ଯାହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଇତିମଧ୍ୟରେ ପୁଣି ନିଜ ଟ୍ବିଟ ପାଇଁ ଚର୍ଚ୍ଚାରେ ସେ । ଏଥର ସେ ଜଣାଇଛନ୍ତି ଯେ କାହିଁକି ବର୍ତ୍ତମାନ ଲୋକେ ତାଙ୍କୁ ଘୃଣା କରୁଛନ୍ତି ।

ଆଉ ଟ୍ବିଟରେ ଲେଖିଛନ୍ତି, ‘ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଚ୍ଚୋଟ ରହିଆସିଛି, ‘ତେଣୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୋ ବିରୁଦ୍ଧରେ ଅଛନ୍ତି, ମୁଁ ସଂରକ୍ଷଣକୁ ବିରୋଧ କରିଥିଲି, ଅଧିକାଂଶ ହିନ୍ଦୁ ମୋତେ ଘୃଣା କରୁଛନ୍ତି । ମଣିକର୍ଣ୍ଣିକା ରିଲିଜ ସମୟରେ ମୁଁ କର୍ଣ୍ଣୀ ସେନା ସହିତ ଲଢିଥିଲି । ତେଣୁ ରାଜପୁତ ମୋତେ ଧମକ ଦେଇଥିଲେ । ଯେତେବେଳେ ମୁଁ ଇସଲାମବାଦୀ ଉଗ୍ରବାଦୀଙ୍କ ବିରୁଦ୍ଧରେ ଠିଆ ହେଲି, ମୁସଲମାନ ମୋତେ ଘୃଣା କରିବା ଆରମ୍ଭ କଲେ । ଯଦି ମୁଁ ଖଲିସ୍ତାନୀମାନଙ୍କ ବିରୋଧ କହିଲି ବର୍ତ୍ତମାନ ଅଧିକାଂଶ ଶିଖ ମୋ ବିରୁଦ୍ଧରେ ନଜର ଆସୁଛନ୍ତି । ମୋର ପ୍ରଶଂସକ ସୂଚାଇ ଦେଇଛନ୍ତି ଯେ କୌଣସି ରାଜନୈତିକ ଦଳ ମୋ ଭଳି ଭୋଟରଙ୍କୁ ପସନ୍ଦ କରନ୍ତି ନାହିଁ, ତେଣୁ କୌଣସି ରାଜନୈତିକ ଦଳ ମୋତେ ପ୍ରଶଂସା କରନ୍ତି ନାହିଁ । ଆପଣ ମଧ୍ୟରୁ ଅଧିକାଂଶ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ମୁଁ ଯାହା କରେ କାହିଁକି କରେ । ଠିକ୍ ଏହି ସଂସାର ବାହାରେ ଥିବା ଏକ ଜଗତରେ ମୋର ଧାରଣାକୁ ପ୍ରଶଂସା କରାଯାଇଛି ।’

  • I have been honest about the film industry so most of them are against me, I opposed reservations most Hindus hate me, during Manikarnika’s release I fought with Karni Sena so Rajputs threatened me as well, I oppose Islamists many Muslims hate me, I fought with Khalistanis... 1/2 pic.twitter.com/2Eu4RENQWm

    — Kangana Ranaut (@KanganaTeam) December 17, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ନିକଟରେ କଙ୍ଗନା କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବୃଦ୍ଧାଙ୍କୁ ଶାହିନ ବାଗର ବିଲକିସ୍ ଦାଦି କହିଥିଲେ । ଯାହାପରେ ତାଙ୍କର ସମାଲୋଚନା ଆରମ୍ଭ ହୋଇଥିଲା । ଏହି ଟ୍ବିଟ ନିନ୍ଦା ଅଧିକାଂଶ ସେଲିବ୍ରିଟି ମଧ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.