ମୁମ୍ବାଇ: ବୁଧବାର ସକାଳେ ମୁମ୍ବାଇ ପୋଲିସ ରିପବ୍ଲିକ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିଛି । ଇଣ୍ଟିରିଅର ଡିଜାଇନରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ବି-ଟାଉନର କୁଇନ କଙ୍ଗନା ରଣାୱତ ଏକ ଭିଡିଓ ଜାରି କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଯେଉଁଥିରେ ସେ କହିଛନ୍ତି, ‘ମୁଁ ମହାରାଷ୍ଟ୍ର ସରକାରଙ୍କୁ ପଚାରିବାକୁ ଚାହୁଁଛି ଯେ ଆଜି ଆପଣ ଅର୍ଣ୍ଣବଙ୍କ ଘରକୁ ଯାଇ ତାଙ୍କୁ ମାଡ ମାରିଛି । ତାଙ୍କ ଚୁଟି ଧରି ଟାଣିଛି । ତାଙ୍କୁ ଆକ୍ରମଣ କଲ, ତୁମେ କେତେ ଘର ଭାଙ୍ଗିବ? ଆଉ କେତେ ସ୍ବର ବନ୍ଦ କରିବେ? ସୋନିଆ ସେନା କେତେ ମୁହଁ ବନ୍ଦ କରିବ ଆଉ ? ହେଲେ ଲୋକଙ୍କ ସ୍ବର ଆହୁରି ଉତ୍ତୋଳନ ହେବ।’
-
Message for Maharashtra government @republic #Arnab #ArnabWeAreWithYou #ArnabGoswami pic.twitter.com/AJizRCitS7
— Kangana Ranaut (@KanganaTeam) November 4, 2020 " class="align-text-top noRightClick twitterSection" data="
">Message for Maharashtra government @republic #Arnab #ArnabWeAreWithYou #ArnabGoswami pic.twitter.com/AJizRCitS7
— Kangana Ranaut (@KanganaTeam) November 4, 2020Message for Maharashtra government @republic #Arnab #ArnabWeAreWithYou #ArnabGoswami pic.twitter.com/AJizRCitS7
— Kangana Ranaut (@KanganaTeam) November 4, 2020
ସେହିପରି ଆଉ ଏକ ଟ୍ବିଟରେ ଲେଖିଛନ୍ତି, ‘ପପୁ ପ୍ରୋଙ୍କୁ ଆଉ କେତେ ରାଗ ଆସିବ। ସୋନିଆ ସେନାଙ୍କୁ କାହିଁକି ଏତେ ରାଗ ଆସୁଛି ? ଅର୍ଣ୍ଣବ ସାର୍, ସେମାନଙ୍କୁ କେଶ ଟାଣିବାକୁ ଦିଅ । ଆମ କହିବା ଉପରେ ଆକ୍ରମଣ କରିବାକୁ ଦିଅ । ଫାସି ଲଗାଇବା ପୂର୍ବରୁ ସେମାନଙ୍କ ଚେହେରାରେ ହସ ଆସିବାକୁ ଦିଅ । ସ୍ବାଧୀନତାର ଋଣ ସୁଝିବାର ଅଛି ।’
-
We stand with You #ArnabGoswami
— Payal Ghosh (@iampayalghosh) November 4, 2020 " class="align-text-top noRightClick twitterSection" data="
">We stand with You #ArnabGoswami
— Payal Ghosh (@iampayalghosh) November 4, 2020We stand with You #ArnabGoswami
— Payal Ghosh (@iampayalghosh) November 4, 2020
କଙ୍ଗନାଙ୍କ ବ୍ୟତୀତ ନିକଟରେ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ମଧ୍ୟ ଟ୍ବିଟ କରି ଅର୍ଣ୍ଣବଙ୍କ ସମର୍ଥନ କରିଛନ୍ତି ।