ETV Bharat / sitara

ପୁଣି ରାଗିଲେ କୁଇନ, ସଞ୍ଜୟ ରାଉତଙ୍କ ଫଟୋରେ କହିଲେ ଏମିତି କିଛି... - ଶିବସେନା ନେତା ସଞ୍ଜୟ ରାଉତଙ୍କ ବୁଲଡୋଜର ଫଟୋ ଭାଇରାଲ

କଙ୍ଗନା କେବେ ଚୁପ ବସିବା ଝିଅ ନୁହେଁ । ଗତ ମାସରେ ବିଏମସି ଦ୍ବାରା ଭଙ୍ଗାଯାଇଥିବା ନିଜ ଘରକୁ ନେଇ ପୁଣି ବର୍ଷିଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 12, 2020, 2:18 PM IST

ମୁମ୍ବାଇ: ବର୍ତ୍ତମାନ ସୋସିଆଲ ମିଡିଆରେ ଶିବସେନା ନେତା ସଞ୍ଜୟ ରାଉତ ଓ କୁନାଲ କାମରା ଏକାଠି ବସିଥିବା ଫଟୋ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ କୁନାଲ ଓ ସଞ୍ଜୟଙ୍କ ସାମ୍ନାରେ ଥିବା ଏକ ଟେବୁଲରେ ଛୋଟ ଛୋଟ ବୁଲଡୋଜର ମଡେଲ ରଖାଯାଇଥିବାର ଦେଖିବାକୁ ମିଳୁଛି । ସେପଟେ କୁଇନ କଙ୍ଗନା ରଣାୱତ ଏହି ଫଟୋ ଉପରେ ଖପ୍ପା ନଜର ଆସୁଛନ୍ତି । ସେ ଏହି ଫଟୋକୁ ନିକଟରେ ବିଏମସି ଦ୍ବାରା ବେଆଇନ ରୂପେ ଭଙ୍ଗା ଯାଇଥିବା ନିଜ ଅଫିସ୍ ଘଟଣା ସହ ସମ୍ପୃକ୍ତ କରି କ୍ରୋଧ ପ୍ରକାଶ କରିଛନ୍ତି।

ଟ୍ବିଟରରେ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଯଦିଓ ମୁଁ ବ୍ୟାପକ ହଇରାଣ, ଆର୍ଥିକ ସମସ୍ୟା, ମାନସିକ ଓ ଭାବପ୍ରବଣ ନିର୍ଯାତନାର ସମ୍ମୁଖୀନ ହୋଇଛି କିନ୍ତୁ ଏହା ଦ୍ବାରା ମହାରାଷ୍ଟ୍ର ସରକାରଙ୍କ ଅକ୍ଷମତା ଓ ଖରାପ ରାଜନୀତି ସର୍ବସମ୍ମୁଖକୁ ଆସିଛି । ତେଣୁ ମୋର ସମସ୍ତ ସଂଘର୍ଷ ସାର୍ଥକ ହୋଇଛି । ମୋ ଘରକୁ ବେଆଇନ ଭାବେ ଭାଙ୍ଗିବାର ଉପହାସ ସେମାନଙ୍କ ବିଷୟରେ ମୋର ଦାବିକୁ ବୈଧ ଦର୍ଶାଉଛି |’ ବର୍ତ୍ତମାନ ଫ୍ୟାନ୍ସ କଙ୍ଗନାଙ୍କ ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ ସମର୍ଥନ କରୁଛନ୍ତି ।

  • Even though I faced massive harassment,financial losses, mental and emotional torture but Maharashtra government’s incompetence and political innocence stands exposed so my struggles were all worth it, such mockery of illegal demolition of my house validates my claims about them. https://t.co/VYpUxtawxC

    — Kangana Ranaut (@KanganaTeam) October 11, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ କଙ୍ଗନାଙ୍କ କଡା ଟକ୍କର ହେବା ପରେ ଗତ ମାସରେ ବିଏମସି ତାଙ୍କ ଅଫିସ୍‌ରେ ବେଆଇନ ନିର୍ମାଣ କଥା ଆଧାର କରି ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ କରିଥିଲା । ଯାହାକୁ ନେଇ ଏଯାବତ ରାଗରେ ଜର୍ଜରିତ ଅଛନ୍ତି କଙ୍ଗନା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.