ମୁମ୍ବାଇ: ମାଟିରେ ମିଶିଲା କଙ୍ଗନା ରଣାୱତଙ୍କ 15 ବର୍ଷ ପରିଶ୍ରମରେ ନିର୍ମାଣ ହୋଇଥିବା ମଣିକର୍ଣ୍ଣିକା ଅଫିସ୍ । ବୁଧବାର ବିଏମସି ଦ୍ବାରା ଅଫିସ ଭଙ୍ଗାଯିବା କାର୍ଯ୍ୟ ଚାଲିଛି । ଆଜି ମନାଲିରୁ ମୁମ୍ବାଇ ଫେରୁଛନ୍ତି କଙ୍ଗନା । ତାଙ୍କ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଅଫିସ ବେଆଇନ ଭାବେ ନିର୍ମାଣ ହୋଇଥିବା ଦର୍ଶାଇ ପ୍ରଥମେ ବିଏମସି ନୋଟିସ୍ ଜାରି କରିବା ପରେ ଅଫିସ ଭାଙ୍ଗିବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ।
ସେପଟେ କଙ୍ଗନାଙ୍କ ଓକିଲ ତାଙ୍କ ସମ୍ପତ୍ତିରେ ବେଆଇନ ରୂପେ ବିଏମସି ଭାଙ୍ଗିବା କାର୍ଯ୍ୟ କରୁଥିବା ଅଭିଯୋଗ ଆଣି ବୁଲଡୋଜର ଡ୍ରାଇଭ ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି । ଅପରାହ୍ନ 12.30ରେ ଏହି ଶୁଣାଣି ହୋଇଛି ।
ଏହି ଭଙ୍ଗାରୁଜା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା କହିଛନ୍ତି ଯେ ଏହାକୁ ଭାଙ୍ଗୁଥିବା ଲୋକଙ୍କୁ ବାବର ସେନା ସହ ତୁଳନା କରିଛନ୍ତି । ପ୍ରକାଶ ଥାଉକି କି ଏହା ବିରୋଧରେ କଙ୍ଗନା ଏକ ଟ୍ବିଟ କରି ଲେଖିଛନ୍ତି, ‘ବିଏମସି ମୋ ବିରୁଦ୍ଧରେ ଚକ୍ରାନ୍ତ ଆରମ୍ଭ କରିଛି। ମୋ ଘର ଭାଙ୍ଗିବା ଖବରରେ ମ୍ରିୟମାଣ ଓ ଦୁଃଖିତ। ମୁଁ ଏତେ ବର୍ଷ ମଧ୍ୟରେ ଯାହାକୁ ଉତ୍ସାହ ସହିତ ନିର୍ମାଣ କରିଥିଲି, ତାହା ଆଜି ମୋ ଇଚ୍ଛା ବିରୁଦ୍ଧରେ ଭାଙ୍ଗୁଛି । ତେଣୁ ତମେମାନେ ଏହାକୁ ଭାଙ୍ଗି ମୋ ଆତ୍ମାକୁ କ୍ଷତି ପହଞ୍ଚାଇଲେ ମୁଁ ସେତେ ଶକ୍ତ ହେବି।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ