ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ବିବାଦୀୟ ବୟାନ ପାଇଁ ନିକଟରେ ତାଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ କରାଯାଇଥିଲା । ଶୁଣିବାକୁ ମିଳୁଛି ଯେ ସବୁଦିନ ପାଇଁ ସସପେଣ୍ଡ ହୋଇଯାଇଛି ତାଙ୍କ ଆକାଉଣ୍ଟ । ହେଲେ ସେ କେଉଁ ଚୁପ୍ ବସିବା ଝିଅ । ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିବାକୁ ସେ ଆଉ ଏକ ପ୍ଲାଟଫର୍ମ ବାଛିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ।
ଶୁଣିବାକୁ ମିଳୁଛି ଯେ କଙ୍ଗନା ନିଜ ମତାମତା ରଖିବା ପାଇଁ ଏଥର ସ୍ବଦେଶୀ ଆପ୍ ‘କୋ’(koo) ଚୟନ କରିଛନ୍ତି । କାରଣ ଏହି ଆପ୍ ବର୍ତ୍ତମାନ କଙ୍ଗନାଙ୍କୁ ସପୋର୍ଟ କରୁଥିବାର ନଜର ଆସୁଛି ।
ଯେତେବେଳେ ଟ୍ବିଟର କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ କରିଦେଲା ତେବେ ‘କୋ’ ଆପ୍ ତାଙ୍କୁ ସ୍ବାଗତ ଜଣାଇଥିଲା । kooର ସହ-ସଂସ୍ଥାପକ ଏବଂ ସିଇଓ ଅପ୍ରମେୟା ରାଧାକ୍ରିଷ୍ଣା ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ କଙ୍ଗନାଙ୍କ ପ୍ରଥମ ପୋଷ୍ଟ ସେୟାର କରିଥିଲେ ।
ସେହିପରି କଙ୍ଗନା ନିଜର ପ୍ରଥମ ପୋଷ୍ଟରେ ଲେଖିଥିଲେ, ‘କୋ ନିଜ ଘର ଭଳି ।’ ଖାଲି ଏତିକି ନୁହେଁ ଏପର୍ଯ୍ୟନ୍ତ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ମଧ୍ୟ 4 ଲକ୍ଷ ଉପରୁ ହୋଇଗଲାଣି ।