ETV Bharat / sitara

ଦେଶର ନାଁ ବଦେଳେଇବାକୁ ଦାବି କଲେ ବିବାଦୀୟ କୁଇନ

author img

By

Published : Jun 23, 2021, 5:29 PM IST

ପୁଣି ନିଜ ବୟାନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ବିବାଦୀୟ କୁଇନ କଙ୍ଗନା । ଏଥର କଙ୍ଗନା ଦେଶର ନାଁ ଇଣ୍ଡିଆକୁ (INDIA) ପରିବର୍ତ୍ତନ କରି (BHARAT )ଭାରତ କରିବା ଉଚିତ ବୋଲି ଦାବି ଉଠାଇଛନ୍ତି । ଅଧିକ ପଢନ୍ତୁ...

actress kangana ranaut demand to change country name
ଦେଶର ନାଁ ବଦେଳେଇବାକୁ ଦାବି କଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡର ବିବାଦୀୟ କୁଇନ ରୂପେ ବେଶ ଜଣାଶୁଣା କଙ୍ଗନା ରଣାୱତ । ସେ ସର୍ବଦା ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି।

କଙ୍ଗନା ପ୍ରାୟତଃ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରଥାନ୍ତି । ଏଥର କଙ୍ଗନା ଦେଶର ନାଁ ଇଣ୍ଡିଆକୁ (INDIA) ପରିବର୍ତ୍ତନ କରି (भारत )ଭାରତ ହେବା ଉଚିତ ବୋଲି ଦାବି ଉଠାଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି କଙ୍ଗନା ଏଥିରେ ନିଜର ମତ ରଖିଛନ୍ତି ।

କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ବ୍ରିଟିଶମାନେ ଆମକୁ ଗୁଲାମ ନାଁ (INDIA) ଦେଇଛନ୍ତି । ମୁଁ ଆପଣଙ୍କୁ ଭାରତର ଅର୍ଥ କହିବାକୁ ଯାଉଛି, ଏହା ତିନୋଟି ସଂସ୍କୃତ ଶବ୍ଦକୁ ନେଇ ଗଠିତ । ଭା(ଭାବ), ର(ରାଗ), ତ (ତାଳ) ।

କଙ୍ଗନା ଆହୁରି ଲେଖିଛନ୍ତି, ଯଦି ଭାରତ ଏହାର ପ୍ରାଚୀନ ସଭ୍ୟତା ଏବଂ ସଂସ୍କୃତି ଉପରେ ବିଶ୍ବାସ କରେ ତେବେ ସେ ଆଗକୁ ବଢିପାରିବ । ଆମକୁ ଆମର ହଜିଯାଇଥିବା ଗୌରବ ଫେରି ପାଇବାକୁ ପଡିବ, ଚାଲ ଭାରତ ନାମରୁ ଆରମ୍ଭ କରିବା ।

କିଛି ଦିନ ପୂର୍ବରୁ କଙ୍ଗନା ନିଜକୁ 'ହଟ ସଙ୍ଘି' କହି ଚର୍ଚ୍ଚାରେ ଥିଲେ ।

ପ୍ରକାଶ ଥାଉ କି, ଆଗମୀ ସମୟରେ କଙ୍ଗନା ଫିଲ୍ମ ‘ଥଲାଇଭି’ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.