ETV Bharat / sitara

ହଜିଲା ଜୁହିଙ୍କ ହୀରା କାନଫୁଲ, ଲୋଡିଲେ ଲୋକଙ୍କ ସାହାଯ୍ୟ

author img

By

Published : Dec 14, 2020, 8:29 AM IST

ଜୁହିଙ୍କୁ ନେଇ ନୂଆ ଚର୍ଚ୍ଚା । ମୁମ୍ବାଇ ଏୟାରପୋର୍ଟରେ ହଜିଲା ଜୁହିଙ୍କ ମହଙ୍ଗା କାନ ଫୁଲ । ସୋସିଆଲ ମିଡିଆରେ ଲୋକଙ୍କୁ ମାଗିଲେ ସାହାଯ୍ୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜୁହି ଚାୱଲା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜୁହି ଚାୱଲା

ମୁମ୍ବାଇ: ରବିବାର ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ କଥା ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଅଭିନେତ୍ରୀ ଜୁହି ଚାୱଲା । ଏଥର ସେ କୌଣସି ଫିଲ୍ମ କିମ୍ବା ମଜାଦାର କଥା ଜଣାଇନାହାଁନ୍ତି । କାରଣ ଏଥର ତାଙ୍କ ହୀରା କାନଫୁଲ ହଜିଯାଇଛି । ଯାହାକୁ ନେଇ ସେ ଚିନ୍ତିତ ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା ଘଟଣାଟି...

କଥାଟି ହେଲା ଯେ ସେ ରବିବାର ଟ୍ବିଟରରେ ନିଜର ହୀରା କାନଫୁଲର ଏକ ଫଟୋ ଉଠାଇ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ଆଜି ସକାଳେ ମୁଁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଗେଟ 8ର ଟି2ର ଡ୍ରାଇୱେରେ ଚାଲିକି ଯାଉଥିବା ସମୟରେ କୌଣସି ସ୍ଥାନରେ ମୋର ହୀରା କାନଫୁଲ ଖସି ପଡିଥିଲା । ଯଦି କେହି ଏହାକୁ ଖୋଜିବାରେ ମୋତେ ସାହାଯ୍ୟ କରିପାରନ୍ତି, ‘ମୁଁ ଆନନ୍ଦିତ ହେବି । ଦୟାକରି ପୋଲିସକୁ ରିପୋର୍ଟ କରନ୍ତୁ, ଏବଂ ଆପଣଙ୍କୁ ପୁରସ୍କାର ଦେବା ମୋ ପାଇଁ ଗର୍ବର କଥା ହେବ । ଏହା ହେଉଛି ମେଳ ଖାଉଥିବା ଖଣ୍ଡ, ମୁଁ ଗତ 15 ବର୍ଷରୁ ଏହି କାନଫୁଲ ପିନ୍ଧିଆସୁଛି । ଦୟାକରି ଏହାକୁ ଖୋଜିବାରେ ମୋତେ ସାହାଯ୍ୟ କରନ୍ତୁ ।’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.