ETV Bharat / sitara

‘ପାନି ପାନି’ର ବିହାଇଣ୍ଡ ଦ ସିନ୍ସରୁ ଭିଡିଓ ପୋଷ୍ଟ କଲେ ଜ୍ୟାକଲିନ

author img

By

Published : Jun 12, 2021, 2:33 PM IST

‘ପାନି ପାନି’ ଟିମ ସହ ରାଜସ୍ଥାନରେ ବୁଲୁଥିବାର ନଜର ଆସିଲେ ଜ୍ୟାକଲିନ । କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ଏହି ମ୍ୟୁଜିକ ଭିଡିଓ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲିନ ଫର୍ଣ୍ଣାଡେଜ

ମୁମ୍ବାଇ: ନିକଟରେ ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଓ ରାପର ବାଦଶାହଙ୍କ ଦ୍ବିତୀୟ ମ୍ୟୁଜିକ ଭିଡିଓ ‘ପାନି ପାନି’ ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଏହି ଯୋଡିଙ୍କ ପ୍ରଥମ ଗୀତ ‘ଗେଣ୍ଡା ଫୁଲ୍’ ମଧ୍ୟ ଦର୍ଶକଙ୍କ ମନ କିଣିଥିଲା । ଇତିମଧ୍ୟରେ ଜ୍ୟାକଲିନ ‘ପାନି ପାନି’ର ବିହାଇଣ୍ଡ ଦ ସିନ୍ସର ଏକ ଭିଡିଓ ସେୟାର କରି ପୁଣି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଛନ୍ତି । ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ ।

ଭିଡିଓରେ ଜ୍ୟାକଲିନ ନିଜ ଟିମ ସହ ରାଜସ୍ଥାନରେ ବୁଲୁଥିବାର ଦେଖାଯାଉଛନ୍ତି । ସେ ବାଦଶାହଙ୍କ ସହ ଏହା ମଧ୍ୟ କହିଥିଲେ, ‘ଗେଣ୍ଡା ଫୁଲ୍ ବଡ ସଫଳତା ହାସଲ କରିଥିଲା । ଆଉ ପାନି ପାନିକୁ ମଧ୍ୟ ଦର୍ଶକଙ୍କ ପ୍ରେମ ଓ ସ୍ନେହ ମିଳିବ ।’

ପ୍ରକାଶ ଥାଉକି ଜ୍ୟାକଲିନ ଖୁବଶୀଘ୍ର ସୁପରଷ୍ଟାର ଅକ୍ଷୟ କୁମାର ଓ କ୍ରିତି ସାନନଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ନଜର ଆସିବେ । ସେହିପରି ରଣବୀର ସିଂଙ୍କ ସହ କମେଡି ଡ୍ରାମା ଫିଲ୍ମ ‘ସର୍କସ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ । ଏହାବ୍ୟତୀତ ସେ ‘ଭୂତ ପୋଲିସ’, ‘କିକ ’ରେ ମଧ୍ୟ ଅଭିନୟ କରୁଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.