ମୁମ୍ବାଇ: ଲକଡାଉନରେ ଘରେ ବନ୍ଦ ଥିବା ସେଲିବ୍ରିଟି ନିଜ ଫିଟନେସ ପ୍ରତି ଖୁବ୍ ଧ୍ୟାନ୍ ଦେଉଥିବାର ନଜର ଆସୁଛନ୍ତି । ଅନେକ ଷ୍ଟାର୍ସ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନିଜ ଫିଟନେସ ରାଜ୍ ସମସ୍ତଙ୍କୁ ଜଣାଇବାରେ ଲାଗିଛନ୍ତି । କିଛି ନିଜ ଯୋଗ ଭିଡିଓ ସେୟାର କରୁଥିବାର ନଜର ଆସୁଛନ୍ତି ତ ଆଉ କିଛି ୱାର୍କଆଉଟ ଭିଡିଓ। ଏବେ ଆଉ ଜଣେ ଅଭିନେତ୍ରୀ ନିଜକୁ ଫିଟ୍ ରଖିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସେ ଆଉ କେହି ନୁହଁନ୍ତି ସେ ହେଲେ ଅଭିନେତ୍ରୀ ଗୁଲ ପନାଗ।
- " class="align-text-top noRightClick twitterSection" data="
">
ସେ ନିଜକୁ ଏବଂ ପରିବାରକୁ ଫିଟ୍ ରଖିବା ପାଇଁ ଖାଦ୍ୟରେ ସେ ଚିନିର ବ୍ୟବହାର କରୁନାହାଁନ୍ତି । ସେ ଇନଷ୍ଟାଗ୍ରାମରେ ନିଜର ଦୁଇଟି ୱାର୍କଆଉଟ ଫଟୋ ସେୟାର କରି ଏହାର ସୂଚନା ସମସ୍ତଙ୍କୁ ଦେଇଛନ୍ତି।
ଫଟୋର କ୍ୟାପସନରେ ଲେଖିଛନ୍ତି, ‘ମୁଁ ଲକଡାଉନ ପରେ ଚିନିର ବ୍ୟବହାର କମ କରିଦେଇଛି। ମୋ ପୁଅ ମଧ୍ୟ ଅଧିକ ମିଠା ଜିନିଷ ଖାଇବାକୁ ପସନ୍ଦ କରୁନାହାଁନ୍ତି। ଆଉ ଆମେ ଏଯାବତ ନିହାଲଙ୍କୁ ଚିନି ଖାଇବାକୁ ଦେଇନାହୁଁ।’
ପ୍ରକାଶ ଥାଉକି ଗୁଲ ଫେମସ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ୱେବ ସିରିଜ ‘ପାତାଲ ଲୋକ’ରେ ନଜର ଆସୁଛନ୍ତି । ଗତ 15 ତାରିଖରୁ ଆମାଜନ ପ୍ରାଇମ ଭିଡିଓରେ ଏହାର ଷ୍ଟ୍ରିମିଂ ଆରମ୍ଭ ହୋଇଥିଲା। ଅନେକ କାରଣ ପାଇଁ ବିବାଦ ଘେରରେ ଆସିଯାଇଛି ଏହି ସିରିଜ।