ETV Bharat / sitara

ଆରମ୍ଭ ହେଲା ଗୌହର-ଜୈଦଙ୍କ ପ୍ରି-ୱେଡିଂ ସେଲିବ୍ରେଶନ - ଜୈଦ ଦରବାରଙ୍କ ପ୍ରି-ୱେଡିଂ ନ୍ୟୁଜ

ବିବାହ ପୂର୍ବ ରୀତିନୀତି ‘ଚିକ୍ସା’ରେ ଖୁବ୍ ମଜାମସ୍ତି କଲେ ଗୌହର ଓ ଜୈଦ । ଆସନ୍ତା 25 ତାରିଖରେ ଜନ୍ମ ଜନ୍ମର ସାଥୀ ସାଜିବେ ଏହି ଯୋଡି । ଅଧିକ ପଛନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌହର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌହର ଖାନ
author img

By

Published : Dec 22, 2020, 9:20 AM IST

ମୁମ୍ବାଇ: 2020କୁ ସର୍ବଦା ମନେ ରଖିବା ପାଇଁ ନୂଆ ବନ୍ଧନରେ ଖୁବଶୀଘ୍ର ଆବଦ୍ଧ ହେବାକୁ ଯାଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ଗୌହର ଖାନ ଓ କୋରିଓଗ୍ରାଫ ଜୈଦ ଦରବାର । ଏବେ ଦୁଇଜଣଙ୍କ ପରିବାରରେ ଖୁସିର ଲହରୀ । କାରଣ ଆରମ୍ଭ ହୋଇଯାଇଛି ଏହି କପଲଙ୍କ ପ୍ରି-ୱେଡିଂ ସେଲିବ୍ରେଶନ । ଦୁଇଜଣଙ୍କ ବିବାହ ପୂର୍ବ ରୀତିନୀତି ‘ଚିକ୍ସା’ ପାଇଁ ‘ହଳଦିଆ’ ପୋଷାକ ପିନ୍ଧି ଖୁବ୍ ମଜାମସ୍ତି କରିଛନ୍ତି । ଗୌହର ଗୋଲାପୀ ଏବଂ ହଳଦିଆ ଲେହେଙ୍ଗାର ମିଶ୍ରଣ ସହିତ ହାଲୁକା ହଳଦିଆ ବ୍ଲାଉଜ ପିନ୍ଧିଥିଲେ, ଯାହାକୁ ସେ ଏକ ଭାରୀ ଓଢଣୀ ସହିତ କ୍ୟାରି କରିଥିଲେ । ନିଜ ଲୁକ ସଂପୂର୍ଣ୍ଣ କରିବା ପାଇଁ ଅଭିନେତ୍ରୀ ଏକ ମଥାମଣି ପିନ୍ଧିଥିଲେ । ସେପଟେ ଜୈଦ ଧଳା ପାଇଜାମା ସହିତ ହଳଦିଆ କୁର୍ତ୍ତା ପିନ୍ଧିଥିଲେ ଖୁବ୍ ହ୍ୟାଣ୍ଡସମ ନଜର ଆସୁଥିଲେ ।

ଆଉ ଦୁଇଜଣଙ୍କ ‘ଚିକ୍ସା’ର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସବୁ ଫଟୋରେ ଏହି ଯୋଡି ରୋମାଣ୍ଟିକ ପୋଜ ଦେଇଛନ୍ତି । ଯାହା ଫ୍ୟାନ୍ସଙ୍କ ମନ କିଣିବାରେ ଲାଗିଛି । ସେହିପରି ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଗୌହର ଲେଖିଛନ୍ତି, ‘ଯେତେବେଳେ ମୋର ଅଧା ତୁମର ଅଧାଙ୍କୁ ଭେଟିଲା ତେବେ ଦୁଇଜଣ ଏକାଠି ହେଲେ । ଯାହା ଆମର ସୁନ୍ଦର ମୁହୂର୍ତ୍ତକୁ ଆକୃଷ୍ଟ କଲା । ଚିକ୍ସାର ସେଲିବ୍ରେଶନ ।’

ପ୍ରକାଶ ଥାଉକି ଏହା ପୂର୍ବରୁ ଗୌହର, ଜୈଦଙ୍କ ସହ ନିଜର ଲଭଷ୍ଟୋରି ସମସ୍ତଙ୍କୁ ଦେଖାଇବା ପାଇଁ ଏକ ଆନିମେଟେଡ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଜଣାଇଥିଲେ, ‘ହାପିଲି ଏଭର ଆଫଟର ୱିଥ ଜୈଦ ।’ ଆସନ୍ତା ଖ୍ରୀଷ୍ଟମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଗୌହର ଓ ଜୈଦ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.