ETV Bharat / sitara

ଦିୟାଙ୍କ ବିବାହ ସମ୍ପନ୍ନ କଲେ ମହିଳା ପୂଜାରୀ, ଧନ୍ୟବାଦ ଜଣାଇଲେ ଅଭିନେତ୍ରୀ

ବୁଧବାର ବିବାହ ସହ ସମ୍ପୃକ୍ତ ଏକ ଖାସ୍ ଫଟୋ ପୋଷ୍ଟ କରିଥିଲେ ଦିୟା । ଆଉ ସମସ୍ତଙ୍କୁ ଜଣାଇଥିଲେ ତାଙ୍କ ବିବାହ କେହି ପୁରୁଷ ପୁଜାରୀ ନୁହେଁ ଜଣେ ମହିଳା ପୂଜାରୀ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 19, 2021, 10:57 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୋମବାର ଦ୍ବିତୀୟଥର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜା । ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଦିୟା ମୁମ୍ବାଇର ବିଜନେସମ୍ୟାନ ବୈଭବ ରେଖୀଙ୍କ ପତ୍ନୀ ସାଜିଛନ୍ତି । ହିନ୍ଦୁ ବିଧି-ବିଧାନରେ ବିବାହ କରିଛନ୍ତି ଏହି ଯୋଡି । ଆଉ ବିବାହରେ ଏକ ନୂଆ କାମ କରିଛନ୍ତି ଦିୟା, ଯାହା ପାଇଁ ତାଙ୍କର ପ୍ରଶଂସାରେ ଲାଗିପଡିଛନ୍ତି ଫ୍ୟାନ୍ସ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କଥାଟି ହେଲା ଯେ ଦିୟା ଓ ବୈଭବଙ୍କ ବିବାହର ବିଧି-ବିଧାନ ଜଣେ ମହିଳା ପୂଜାରୀ କହିଥଲେ । ଆଉ ବୁଧବାର ସେହି ପୂଜାରୀଙ୍କ ସହ ସମସ୍ତଙ୍କୁ ସାକ୍ଷାତ କରାଇ ତାଙ୍କର ପରିଚୟ ମଧ୍ୟ ଦେଇଥିଲେ । ଟ୍ବିଟରରେ ତାଙ୍କର ଫଟୋ ପୋଷ୍ଟ କରିଛନ୍ତି କ୍ୟାପସନରେ ସେ ଲେଖିଛନ୍ତି, ‘ଆମ ବିବାହ ସମ୍ପନ୍ନ କରୁଥିବାରୁ ଧନ୍ୟବାଦ ଶୀଲା ଅଟ୍ଟା । ଆପଣଙ୍କ ପାଇଁ ମୁଁ ଗର୍ବିତ।’

ଦିୟାଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ଫ୍ୟାନ୍ସ ମଧ୍ୟ ତାଙ୍କ ପ୍ରଶଂସା କରିବା ଆରମ୍ଭ କରିଦେଇଥିଲେ । ଦେଖନ୍ତୁ ପୋଷ୍ଟ...

ପ୍ରକାଶ ଥାଉକି ଦିୟା ଓ ବୈଭବଙ୍କ ଏହା ଦ୍ବିତୀୟ ବିବାହ । ବୈଭବଙ୍କ ପ୍ରଥମ ବିବାହ ଯୋଗ କୋଚ ସୁନୟନା ରେଖୀଙ୍କ ସହ ହୋଇଥିବା ବେଳେ ଦିୟା ପ୍ରଯୋଜକ ସାହିଲ ସାଙ୍ଘାଙ୍କୁ ବିବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.