ETV Bharat / sitara

କୋରୋନା କବଳରେ ଭୂମି-ବିକ୍କୀ

ଆଉ ଦୁଇ ସେଲିବ୍ରିଟିଙ୍କ କୋରୋନା ସଂକ୍ରମିତ ଖବର ଶୁଣି ଆଶ୍ଚର୍ଯ୍ୟ ଫ୍ୟାନ୍ସ । କାରଣ କିଛି ଦିନ ମଧ୍ୟରେ ଅନେକ ସେଲିବ୍ରିଟି କୋରୋନା ଆକ୍ରାନ୍ତ ହୋଇସାରିଲେଣି । ଅଧିକ ପଢନ୍ତୁ...

କୋରୋନା କବଳରେ ଭୂମି-ବିକ୍କୀ
କୋରୋନା କବଳରେ ଭୂମି-ବିକ୍କୀ
author img

By

Published : Apr 5, 2021, 12:54 PM IST

ମୁମ୍ବାଇ: ବଢିଚାଲିଛି କୋରୋନା ସଂକ୍ରମିତ ସଂଖ୍ୟା । ଅଧିକରୁ ଅଧିକ ସେଲିବ୍ରିଟି ହେଲେଣି ଆକ୍ରାନ୍ତ । ରବିବାର ଅକ୍ଷୟ କୁମାରଙ୍କ କୋରୋନା ପଜିଟିଭ କଥା ଶୁଣିବାକୁ ମିଳିଥିବା ବେଳେ ସୋମବାର ବଲିଉଡର ଆଉ ଦୁଇ ଷ୍ଟାର୍ସଙ୍କ କୋରୋନା ଟେଷ୍ଟ ପଜିଟିଭ ବାହାରିଛି । ଏଥର କୋରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ କରିପାରିନାହାଁନ୍ତି ବିକ୍କୀ କୌଶଲ ଓ ଭୂମି ପେଡନେକର ।

ସୋମବାର ସୋସିଆଲ ମିଡିଆରେ ସୂଚନା ଦେଇ କୋରୋନା ଟେଷ୍ଟ ପଜିଟିଭ ଆସିବା କଥା କହିଛନ୍ତି 31 ବର୍ଷିୟ ଭୂମି । ସେପଟେ ବିକ୍କୀ ମଧ୍ୟ ଫ୍ୟାନ୍ସଙ୍କୁ ପଜିଟିଭ କଥା ଜଣାଇଛନ୍ତି ।

ଭୂମି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ମୋର କୋରୋନା ରିପୋର୍ଟ ପଜିଟିଭ ଆସିଛି । ଆଜି ସୁଦ୍ଧା, ମୋର ସାମାନ୍ୟ ଲକ୍ଷଣ ଅଛି, କିନ୍ତୁ ମୁଁ ଠିକ୍ ଅନୁଭବ କରୁଛି ଏବଂ ନିଜକୁ କ୍ବାରେଣ୍ଟାଇନ କରିଛି । ମୁଁ ମୋର ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ଦିଆଯାଇଥିବା ପ୍ରୋଟୋକଲକୁ ଅନୁସରଣ କରୁଛି । ଯଦି ଆପଣ ମୋ ସହିତ ଯୋଗାଯୋଗରେ ଅଛନ୍ତି, ଦୟାକରି ତୁରନ୍ତ ପରୀକ୍ଷା କରିବାକୁ ଅନୁରୋଧ କରୁଛି ।’

ସେପଟେ ବିକ୍କୀ ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ସବୁ ସୁରକ୍ଷା ସତ୍ତ୍ବେ ମୁଁ କୋରୋନା ସଂକ୍ରମିତ ହୋଇଛି । ବର୍ତ୍ତମାନ ସବୁ ପ୍ରୋଟୋକଲ ସହ ହୋମ କ୍ବାରେଣ୍ଟାଇନରେ ଅଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯିଏ ବି ମୋ ସମ୍ପର୍କରେ ଆସିଛ ଦୟା କରି ନିଜର ଟେଷ୍ଟ କରାଇନିଅନ୍ତୁ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.