ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ବେବି ଗାର୍ଲଙ୍କୁ ଜନ୍ମ ଦେଇଥିଲେ । ହେଲେ କିଛି ଦିନର ଛୁଟି ପରେ ସେ କାମକୁ ଫେରିଛନ୍ତି । ଗର୍ଭବତୀ ଥିବା ସମୟରେ ମଧ୍ୟ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ଖୁବ୍ ଆକ୍ଟିଭ ରହୁଥିଲେ । ଇତିମଧ୍ୟରେ ସେ ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ଯାହା ଜରିଆରେ ସେ ଲୋକଙ୍କ ମାନସିକତା ଦୂର କରିବାକୁ ଚେଷ୍ଟା କରିଛନ୍ତି ।
କଥାଟି ହେଲା ଯେ ସେ ସମସ୍ତଙ୍କୁ ଏକ ଖାସ୍ ବାର୍ତ୍ତା ଦେଇଛନ୍ତି । ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି, ‘ସୋସିଆଲ ମିଡିଆରେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ଆଚରଣ ଓ ବ୍ୟବହାର ବିଷ ପରିକା । ଆଉ ସେମାନେ ନିଜ ଉପରେ ଧ୍ୟାନ ଦେବା ଅପେକ୍ଷା ଅନ୍ୟଙ୍କ ବିଷୟରେ ବେଶୀ ଚିନ୍ତା କରନ୍ତି । ଆଉ ବସି ସମସ୍ତଙ୍କ ଭୁଲ କାଢନ୍ତି । ଆଜି ଦୁନିଆକୁ ଆଉ କ୍ରିଟିକ୍ସର ଆବଶ୍ୟକ ନାହିଁ ବରଂ ଆତ୍ମ ସଚେତନତା ଲୋକ ଦରକାର ।’
ପ୍ରକାଶ ଥାଉକି ନିକଟରେ ଏକ ଫିଲ୍ମର ସ୍କ୍ରିପ୍ଟ ପଢୁଥିବାର ନଜର ଆସିଥିଲେ ଅନୁଷ୍କା । ହେଲେ ସେ କେଉଁ ପ୍ରୋଡେକ୍ଟରେ ନଜର ଆସିବେ ଏଯାବତ ଏହାର ଖୁଲାସା ହୋଇନାହିଁ । ଶେଷଥର ତାଙ୍କୁ 2018ରେ ଆସିଥିବା ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା ।