ମୁମ୍ବାଇ: ଦେଶର ପରିସ୍ଥିତି ଦେଖି ସହଯୋଗର ହାତ ବଢାଇଲେ ଫେମସ କପଲ ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଏହି ଯୋଡି ଏକ ପାଣ୍ଠି ସଂଗ୍ରହ ଅଭିଯାନ ମାଧ୍ୟମରେ ଅଭାବୀ ଲୋକଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବେ । ଏକ ଭିଡିଓ ମାଧ୍ୟମରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି ଏବଂ ପ୍ରଶଂସକଙ୍କୁ ଦାନ କରିବାକୁ ନିବେଦନ ମଧ୍ୟ କରିଛନ୍ତି।
- " class="align-text-top noRightClick twitterSection" data="
">
ସେହିପରି ଭାଇରାଲ ହେଉଥିବା ଭିଡିଓରେ ଅନୁଷ୍କା କହୁଛନ୍ତି, ‘କୋରୋନା ମହାମାରୀ ସହିତ ଲଢିବା ବେଳେ ଭାରତ ପାଇଁ ଜିନିଷ ବହୁତ କଷ୍ଟସାଧ୍ୟ ହୋଇପଡିଛି। ମୋ ଦେଶ ଏହିପରି ସଂଘର୍ଷ କରୁଥିବା ଦେଖି ମୁଁ ବହୁତ ଯନ୍ତ୍ରଣା ଅନୁଭବ କରୁଛି।’
ଅନୁଷ୍କାଙ୍କ ପରେ ବିରାଟ କହୁଛନ୍ତି, ‘ଯେଉଁମାନେ ଦିନରାତି ଆମ ପାଇଁ ଲଢୁଛନ୍ତି ସେମାନଙ୍କ ପାଇଁ ଆମେ ବହୁତ କୃତଜ୍ଞ। ଆମେ ସେମାନଙ୍କର ବିଶ୍ବସ୍ତତାକୁ ପ୍ରଶଂସା କରୁଛୁ । କିନ୍ତୁ ବର୍ତ୍ତମାନ ସେମାନେ ଆମର ସମର୍ଥନ ଆବଶ୍ୟକ କରୁଛନ୍ତି ଏବଂ ଆମେ ସେମାନଙ୍କ ସହିତ ଛିଡ଼ା ହେବାର ଆବଶ୍ୟକ ଅଛି । ଏକତ୍ର ଆମେ ଏହାକୁ ଦୂର କରିପାରିବା ।