ମୁମ୍ବାଇ: ଭିଜେରୁ ଅଭିନେତ୍ରୀ ସାଜିଥିବା ଅନୁଷା ଦାଣ୍ଡେକର ଦୀର୍ଘ ସମୟରୁ ଅଭିନେତା କରନ କୁନ୍ଦ୍ରାଙ୍କ ସହ ନିଜ ବ୍ରେକଅପକୁ ନେଇ ଚର୍ଚ୍ଚାରେ । ଦୁଇଜଣଙ୍କ ଲଭ ଲାଇଫ ଭାଙ୍ଗିଯିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇସାରିଛି । କରନ ଏହି କଥାକୁ ଖଣ୍ଡନ କରିଥିବା ବେଳେ ଏବେ ବ୍ରେକଅପ ବିଷୟରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ । ସେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଭାଇରାଲ ହେଉଥିବା ପୋଷ୍ଟରେ ସେ ଜଣାଇଛନ୍ତି, ‘ମୁଁ ବହୁତ ଭଲ ପାଇଥିଲି । ହଁ ମୁଁ ଚାଲିଯିବି ନାହିଁ ଯେପର୍ଯ୍ୟନ୍ତ ମୋ ପାଇଁ ଚେଷ୍ଟା ଏବଂ ଯୁଦ୍ଧ କରିବାକୁ କିଛି ବାକି ନାହିଁ । ହଁ ମୁଁ ମଧ୍ୟ ମଣିଷ, ହଁ ଏପରିକି ମୁଁ ନିଜକୁ ହରାଇଲି ଏବଂ ମୋର କିଛି ଆତ୍ମ ସମ୍ମାନ, ହଁ ମୋତେ ପ୍ରତାରଣା କରାଯାଇଛି ଏବଂ ମିଛ କହାଯାଇଛି । ତୁମେ ମୋ ଭଲ ପାଇବା ସବୁବେଳେ ଦେଖିଥିଲ । ଆଉ ଏବେ ମୁଁ କିପରି ନିଜକୁ ଭଲ ପାଉଛି ତାହା ମଧ୍ୟ ଦେଖିବ । ତୁମମାନଙ୍କ ପାଇଁ ମୋର ଗୋଟିଏ ପରାର୍ମଶ ଜୀବନରେ ପ୍ରେମ ଆସିବ ହେଲେ ଏହାକୁ ଅଧିକ ଗ୍ରହଣ କରିବ ନାହିଁ । ଯାହା ତୁମକୁ ଦିନେ ନା ଦିନେ ହରାଇଦେବ । ଭଲ ପାଇବାକୁ ସମ୍ମାନ ଦିଅ । ଆମେ ଏହାର ଯୋଗ୍ୟ, ତୁମେ ମଧ୍ୟ ଏହାର ଯୋଗ୍ୟ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ବୁଝିବା କଥା । କାରଣ ଆମେ ପ୍ରେମକୁ ଗ୍ରହଣ କରୁ ଯାହାକୁ ଆମେ ଯୋଗ୍ୟ ବୋଲି ଭାବୁଛୁ । ମୋତେ ସର୍ବଦା ଟିମ ପରି ଭଲ ପାଇଥିବାରୁ ଧନ୍ୟବାଦ । ମୁଁ ତୁମକୁ ଭଲପାଏ । ଭଲ ଏବଂ ଖରାପ ପାଇଁ କୃତଜ୍ଞ । ମୋର ପ୍ରେମ କାହାଣୀ ବର୍ତ୍ତମାନ ମୋ ଠାରୁ ଆରମ୍ଭ ହେବ ।’
ସେପଟେ ଅନୁଷାଙ୍କ ଏହି ପୋଷ୍ଟରେ ଭଉଣୀ ତଥା ଅଭିନେତ୍ରୀ ଶିବାନୀ କମେଣ୍ଟ କରି ଲେଖିଛନ୍ତି, ‘ତୁମ ସହ ସବବେଳେ ଅଛି ।’ ଆପଣ ବି ଦେଖନ୍ତୁ ଅନୁଷାଙ୍କ ଏହି ପୋଷ୍ଟ...