ETV Bharat / sitara

ସ୍ବାମୀଙ୍କ ସପକ୍ଷରେ ବାହାରିଲେ ଉର୍ମିଳା, କହିଲେ ଏମିତି... - ଉର୍ମିଲା ମାତୋଣ୍ଡକର ପ୍ରତିକ୍ରିୟା

ଏଥର ରାଜନୀତି ପାଇଁ ନୁହେଁ ବ୍ୟକ୍ତିଗତ କାରଣ ପାଇଁ ଚର୍ଚ୍ଚାରେ ଆସିଛନ୍ତି ଉର୍ମିଳା । ତାଙ୍କ ସ୍ବାମୀଙ୍କୁ ସୋସିଆଲ ମିଡିଆରେ ସବୁବେଳେ ଆତଙ୍କବାଦୀ ସହ ତୁଳନା କରୁଛନ୍ତି ୟୁଜର୍ସ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Dec 21, 2020, 11:01 AM IST

Updated : Dec 21, 2020, 11:15 AM IST

ମୁମ୍ବାଇ: ବଲିଉଡର ରଙ୍ଗୀଲା ଗାର୍ଲ ଉର୍ମିଳା ମାତୋଣ୍ଡକର ନିକଟରେ ଶିବସେନା ପାର୍ଟିରେ ସାମିଲ ହୋଇଥିଲେ । ରାଜନୀତି ମୁହାଁ ହୋଇଥିବା ଉର୍ମିଲା ଦୀର୍ଘ ସମୟରୁ ଫିଲ୍ମରୁ ଦୂରେଇ ଅଛନ୍ତି । ହେଲେ ଇତିମଧ୍ୟରେ ସେ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ । ନିଜର ଦୁଃଖଭରା କାହାଣୀ ଶୁଣାଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଉର୍ମିଲା ସ୍ବାମୀ ମୋହସିନ ଅଖତରଙ୍କ ବିଷୟରେ ବଡ ଖୁଲାସା କରିଛନ୍ତି ।

ନିକଟରେ ଉର୍ମିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିଲା । ଯାହା ପରେ ପୋଲିସର ସାହାଯ୍ୟ ପରେ ଏହା ଫେରି ପାଇଥିଲେ ସେ ​। ହେଲେ ଏଭଳି ଘଟଣା ବିଷୟରେ ଏକ ସାକ୍ଷାତକାରରେ ନିଜ ଯନ୍ତ୍ରଣା ସେୟାର କରିଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ, ‘ମୋ ସ୍ବାମୀ ମୋହସିନ୍ ଅଖତରଙ୍କୁ କେବଳ ଟ୍ରୋଲ କରାଯାଉନାହିଁ ବରଂ ତାଙ୍କୁ ଆତଙ୍କବାଦୀ ଏବଂ ପାକିସ୍ତାନୀ ମଧ୍ୟ କୁହାଯାଇଛି । ଯାହା ବହୁତ ଲଜ୍ୟାଜନକ । ଏହାସହ ମୋ ୱିକିପିଡିଆ ପେଜ ସହ ମଧ୍ୟ କିଛି ପରିବର୍ତ୍ତନ କରିଛନ୍ତି ୟୁଜର୍ସ । ଆଉ ଯେଉଁଥିରେ ମୋ ସ୍ବାମୀଙ୍କ ନାମ ପରିବର୍ତ୍ତନ କରି ଲେଖାଯାଇଛି ଶିବିନ୍ଦର ସିଂ ଆଉ ମା'ଙ୍କ ନାମ ରୁଖସାନା ଅହମ୍ମଦ । ମୋ ସ୍ବାମୀ କେବଳ ମୁସଲମାନ ନୁହଁନ୍ତି, ସେ କଶ୍ମୀରର ମୁସଲମାନ । ଆମେ ଦୁହେଁ ସମାନ ଭାବରେ ବିଶ୍ବସ୍ଥ ଏବଂ ଆମର ସମ୍ପୃକ୍ତ ଧର୍ମକୁ ଅନୁସରଣ କରୁ । କିନ୍ତୁ ଭିନ୍ନ ଧର୍ମ ହେତୁ ମୋତେ, ମୋହସିନ୍ ଏବଂ ତାଙ୍କ ପରିବାରକୁ ଟାର୍ଗେଟ କରି ସବୁବେଳେ ଟ୍ରୋଲ କରାଯାଉଛି । ଏହା ଦୁର୍ଭାଗ୍ୟଜନକ ।’

ପ୍ରକାଶ ଥାଉକି 2019 ଲୋକସଭା ନିର୍ବାଚନ ସମୟରେ ଉର୍ମିଳା କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ । ଏଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଆଉ ଏବେ ସେ ଶିବସେନାରେ ସାମିଲ ହୋଇ ଲୋକଙ୍କ ସେବା କରିବେ ବୋଲି ନିକଟରେ ସୂଚନା ଦେଇଥିଲେ ।

Last Updated : Dec 21, 2020, 11:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.