ETV Bharat / sitara

ନିଜକୁ ଶାହରୁଖ-ଆମୀରଙ୍କ ସହ ତୁଳନା କଲେ ଅମୀଷା

author img

By

Published : Dec 21, 2020, 2:08 PM IST

ଚର୍ଚ୍ଚାରେ ଅମୀଷା । ଏଥର ସେ ନିଜ ବୋଲ୍ଡ ଫଟୋ ପାଇଁ ନୁହେଁ ବରଂ ସୁପରଷ୍ଟାରଙ୍କ ସହ ନିଜକୁ ତୁଳନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଖୁବଶୀଘ୍ର ପରଦାକୁ କରିବେ କମବ୍ୟାକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମୀଷା ପଟେଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମୀଷା ପଟେଲ

ମୁମ୍ବାଇ: ଅମୀଷା ପଟେଲ ଦୀର୍ଘ ସମୟରୁ ଫିଲ୍ମ ଦୁନିଆରୁ ଦୂରେଇ ଅଛନ୍ତି । ଦେଢ ବର୍ଷ ପୂର୍ବେ ସେ ଶେଷ ଫିଲ୍ମରେ ନଜର ଆସିଥିଲେ । ହେଲେ ଫିଲ୍ମରେ ସେ ଛୋଟ ଛୋଟ ଭୂମିକାରେ ଅଭିନୟ କରୁଥିବାରୁ ଅଧିକ ସଫଳ ହୋଇପାରିନାହାଁନ୍ତି । ନିଜ ଡେବ୍ୟୁ ଫିଲ୍ମ ‘କହୋ ନା ପ୍ୟାର ହେ’ରୁ ସେ ରାତାରାତି ସମସ୍ତଙ୍କ ଫେଭରେଟ ସାଜିଥିଲେ । ହେଲେ ବଲିଉଡରେ ସୃଷ୍ଟି କରିପାରିନଥିଲେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ । ଇତିମଧ୍ୟରେ ସେ ଚର୍ଚ୍ଚାରେ । କାରଣ ସେ ନିଜକୁ ସୁପରଷ୍ଟାର ଶାହରୁଖ ଖାନ ଓ ଆମୀର ଖାନଙ୍କ ସହ ତୁଳନା କରିଛନ୍ତି ।

ତେବେ କଥାଟି ହେଲା ଯେ ତାଙ୍କ ଅନୁଯାୟୀ ଶାହରୁଖ ଓ ଆମୀର ଭଳି ବଡ ଷ୍ଟାର ମଧ୍ୟ ଲମ୍ବା ବ୍ରେକ ନିଅନ୍ତି । ରବିବାର ଭୋପାଲରେ ଏକ ସାକ୍ଷାତକାରରେ ସେ ଜଣାଇଥିଲେ, ‘2018ରେ ମୋର ସନ୍ନି ଦେଓଲଙ୍କ ସହ ଏକ ଫିଲ୍ମ ଆସିଥିଲା । ଆଉ ମୁଁ ଦେଢ ବର୍ଷ ପାଖାପାଖି ଫିଲ୍ମ ଜଗତରୁ ଦୂରେଇ ଅଛି । ଏତିକି ଗ୍ୟାପ ତ ଶାହରୁଖ ଓ ଆମୀର ଭଳି ଅଭିନେତା ମଧ୍ୟ ନିଅନ୍ତି । ମୁଁ ଫିଲ୍ମଠୁ ଦୂରେଇ ରହି ବର୍ତ୍ତମାନ ପ୍ରଡକ୍ସନ ଟେକ୍ନିକ ବିଷୟରେ ଶିଖୁଛି ।’

ପ୍ରକାଶ ଥାଉକି ତାଙ୍କ ଆଗାମୀ ଫିଲ୍ମ ‘ଦେଶୀ ମ୍ୟାଜିକ’ର ବର୍ତ୍ତମାନ ପୋଷ୍ଟ ପ୍ରଡକ୍ସନ କାମ ଚାଲିଛି । ଯେଉଁଥିରେ ସେ ଡବଲ ରୋଲରେ ନଜର ଆସିବେ । ଏହାବ୍ୟତୀତ ତାଙ୍କ ହାତରେ ଆଇ ଦୁଇ ଫିଲ୍ମ ‘ଦ ଗ୍ରେଟ ଇଣ୍ଡିଆନ କସିନୋ’ ଏବଂ ‘ତୋବା ତେରା ଜଲୱା’ ମଧ୍ୟ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.