ETV Bharat / sitara

ବଢିଲା ଅମୀଷାଙ୍କ ଟେନସନ୍, ଠକେଇ ଅଭିଯୋଗରେ ଫସିଲେ ଅଭିନେତ୍ରୀ

author img

By

Published : Feb 27, 2021, 2:09 PM IST

Updated : Feb 27, 2021, 3:04 PM IST

2017ରୁ ଅମୀଷାଙ୍କ ନାଁରେ ଏକ ମାମଲାର ସମସ୍ୟା ଏଯାବତ କମିବାର ନାଁ ନେଉନାହିଁ । ଫିଲ୍ମ ନିର୍ମାତା ତାଙ୍କ ବିରୋଧରେ ପୁଣି ରୁଜୁ କଲେ ମାମଲା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମୀଷା ପଟେଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମୀଷା ପଟେଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କୁ ନେଇ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ବଡ ଅସୁବିଧାରେ ପଡିଥିବାର ଦେଖାଯାଉଛି ଅଭିନେତ୍ରୀ । ଫିଲ୍ମ ନିର୍ମାତା ଅଜୟ କୁମାର ସିଂ, ଅମୀଷାଙ୍କ ଉପରେ ଠକେଇ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା । 2 କୋଟି 50 ଲକ୍ଷର ଠକେଇ ଅଭିଯୋଗ କରି ଅଜୟ ତାଙ୍କୁ ଆଇନ ଗତ ନୋଟିସ ପଠାଇଛନ୍ତି । ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଅଜୟ ।

କୋରୋନା କାରଣରୁ ଭିଡିଓ କନଫରେନ୍ସିଂରେ ଜଜ୍ ଆନନ୍ଦ ସେନ ଝାଡଖଣ୍ଡ ହାଇକୋର୍ଟରେ ଅଭିନେତ୍ରୀଙ୍କ ବିରୋଧରେ ଆବେଦନ କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଲିଖିତ ଉତ୍ତର ଦାଖଲ କରିବାକୁ କୋର୍ଟ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟସ୍ଥି ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବା ଉଚିତ ବୋଲି ଫିଲ୍ମ ନିର୍ମାତାଙ୍କ ଓକିଲ କୋର୍ଟଙ୍କୁ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି ପ୍ରଥମେ ଅମୀଷାଙ୍କ ବିରୋଧରେ ନିମ୍ନ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଯେଉଁଥିରେ ତାଙ୍କୁ ଆଶ୍ବସ୍ତି ଦିଆଯାଇଥିଲା, କିନ୍ତୁ ଅନ୍ୟ ପକ୍ଷ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସେହିପରି 2017 ମସିହାରେ ରାଞ୍ଚିର ଅଜୟ ଅଭିନେତ୍ରୀଙ୍କୁ ନିମ୍ନ ଅଦାଲତରେ ଫିଲ୍ମରେ ଟଙ୍କା ଲଗାଇବା ନାମରେ ଠକି ଥିବା ଅଭିଯୋଗ କରିଥିଲେ।

Last Updated : Feb 27, 2021, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.