ମୁମ୍ବାଇ: ଏବେ ଧିରେ ଧିରେ କରି ଅନେକ କଳାକାର ଡିଜିଟାଲ ଦୁନିଆରେ ସାମିଲ ହେଲେଣି । ଛୋଟ ପରଦାରୁ ନେଇ ବଡ ପରଦାର କଳକାରା ଡିଜିଟାଲ ପ୍ଲାଟଫର୍ମରେ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଥିବାର ନଜର ଆସୁଛନ୍ତି । ନିକଟରେ ଅଭିନେତ୍ରୀ ପ୍ରାଚୀ ଦେସାଇ ଡିଜିଟାଲ ଦୁନିଆରେ ପାଦ ଥାପିଥିଲେ । ଆଉ ଏବେ ସୁନ୍ଦରୀ ଅଭିନେତ୍ରୀ ଆମନା ସରିଫଙ୍କ ଡିଜିଟାଲ ଡେବ୍ୟୁକୁ ନେଇ ଚର୍ଚ୍ଚା । ସେ ଦୀର୍ଘ ସମୟ ପରେ ଅଭିନୟ ଦୁନିଆକୁ କମବ୍ୟାକ କରିବାକୁ ଯାଉଛନ୍ତି ।
ଆଜ୍ଞା ହଁ, ସେ ଏକ ସାଇକୋଲଜିକାଲ କ୍ରାଇମ ଡ୍ରାମା ସିରିଜ ‘ଡ୍ୟାମେଜ୍ଡ 3’ଜରିଆରେ ଡିଜିଟାଲ ଡେବ୍ୟୁ କରିବେ । ଏହି ସିରିଜର ପ୍ରଥମ ଦୁଇ ସିଜନ ଖୁବ୍ ଲୋକପ୍ରିୟତା ହାସଲ କରିସାରିଛି । ଯେଉଁଥିରେ ଅଭିନେତ୍ରୀ ଅମୃତା ଖାନୱିଲକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଆଉ ଏବେ ଏହାର ତୃତୀୟ ସିଜନରେ ଆମନାଙ୍କୁ କାଷ୍ଟ କରିଛନ୍ତି ମେକର୍ସ ।
ପ୍ରକାଶ ଥାଉକି ଆମନା ଟିଭିର ହିଟ୍ ସିରିୟଲ ‘କହିଁ ତୋ ହୋଗା’ ଓ ‘କସୌଟି ଜିନ୍ଦେଗୀ’ରେ ଅଭିନୟ କରିଥିଲେ । ଏହାବ୍ୟତୀତ ସେ ବଲିଉଡର 6ଟି ଫିଲ୍ମରେ କାମ ମଧ୍ୟ କରିସାରିଛନ୍ତି ।