ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ସୁରଜଙ୍କ ସମର୍ଥନରେ ମା' - ଅଭିନେତା ସୁରଜ ପଞ୍ଚୋଲୀଙ୍କ ସମର୍ଥନ କଲେ ମା

ବର୍ତ୍ତମାନ ଚର୍ଚ୍ଚାରେ ଜରୀନ ୱହାବ । ସୁରଜ ପଞ୍ଚୋଲୀଙ୍କ ଉପରେ ବଡ ବୟାନ ଦେଇଛନ୍ତି ଜରୀନ । ସୁଶାନ୍ତଙ୍କ ମୃତ୍ୟୁରେ ନାହିଁ ସୁରଜଙ୍କ ହାତ କହିଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁରଜ ପଞ୍ଚୋଲୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁରଜ ପଞ୍ଚୋଲୀ
author img

By

Published : Jul 6, 2020, 4:43 PM IST

ମୁମ୍ବାଇ: ଅଭିନେତ୍ରୀ ଜରୀନା ୱହାବ ପୁଅ ତଥା ଅଭିନେତା ସୁରଜ ପଞ୍ଚୋଲୀଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି । ସେ ବୟାନ ଦେଇ ବର୍ତ୍ତମାନ ଚର୍ଚ୍ଚାରେ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁରଜଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି କ୍ରୋଧିତ ଥିବା ଫ୍ୟାନ୍ସ । ଆଉ ତାଙ୍କ ଉପରେ ଅନେକ ଅଭିଯୋଗ ମଧ୍ୟ ଲଗାଇଛନ୍ତି ଫ୍ୟାନ୍ସ । ଚର୍ଚ୍ଚା ଜୋର ଧରିଛି ଯେ ସୁରଜ ଓ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିୟାନ ରିଲେସନଶିପରେ ଥିଲେ ।

ଯାହାକୁ ଖଣ୍ଡନ କରିଛନ୍ତି ଜରୀନା । ଆଉ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ସହ ତାଙ୍କ ପୁଅଙ୍କର କୌଣସି ସମ୍ପର୍କ ନାହିଁ । ତାଙ୍କ ଉପରେ ଲାଗିଥିବା ଅଭିଯୋଗରେ ଆଦୌ ବାସ୍ତବତା କିଛି ମଧ୍ୟ ନାହିଁ । ଲୋକଙ୍କୁ କେବଳ ଚର୍ଚ୍ଚା କରିବାର ଅଛି । ଯାହା ନାହିଁ ତାହା କହି ତାଙ୍କ ପୁଅଙ୍କୁ ଫସାଉଛନ୍ତି । ଲୋକଙ୍କୁ ଏକ ନିରୀହ ମଣିଷ ଦରକାର ବ୍ଲେମ କରିବା ପାଇଁ । ସୁଶାନ୍ତଙ୍କ ମୃତ୍ୟୁରେ ସୁରଜଙ୍କର କୌଣସି ହାତ ନାହିଁ । ଲୋକ କେବଳ କାହାଣୀ କହୁଛନ୍ତି । ସୁରଜ ଓ ସୁଶାନ୍ତଙ୍କ ବନ୍ଧୁ ମଧ୍ୟ ନଥିଲେ । ହେଲେ ପରସ୍ପରକୁ ଜାଣିଥିଲେ । ସାମ୍ନାରେ ଆସିଲେ କେବେ କେବେ ଦୁଇଜଣଙ୍କ କଥାବାର୍ତ୍ତା ହୋଇଥିଲେ । ଦୁଇଜଣ ପରସ୍ପରକୁ ଭାଇ ଡାକୁଥିଲେ । କିନ୍ତୁ ବାସ୍ତବ କଥା ନଜାଣି ଲୋକେ ଅନଲାଇନ ସୁରଜଙ୍କୁ ବଦନାମ କରୁଛନ୍ତି । ଯାହା ଆଦୌ ଠିକ୍ କଥା ନୁହେଁ ।

ପ୍ରକାଶ ଥାଉକି,ଗତ 2013ରେ ଜିୟା ଆତ୍ମହତ୍ୟା କରିଥିଲେ । ଏଥିରେ ସୁରଜଙ୍କୁ ଲୋକେ ଦୋଷୀ ବୋଲି କହିଥିଲେ । ଗତ 8 ବର୍ଷ ହେବ ସୁରଜ ଏହା ବିରୋଧରେ ସୁରଜ କୋର୍ଟରେ କେସ ଲଢି ଆସୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.