ETV Bharat / sitara

ଲକଡାଉନ ପ୍ରଭାବ: ରାସ୍ତାରେ ଫଳ ବିକ୍ରି କରୁଛନ୍ତି ଡ୍ରିମ ଗାର୍ଲ ଅଭିନେତା

author img

By

Published : May 19, 2020, 9:37 PM IST

କୋରୋନା ପ୍ରକୋପ ପାଇଁ ଅଶାନ୍ତ ବିଶ୍ବ । ଦେଶରେ ଲକଡାଉନକୁ ନେଇ ସମସ୍ୟାରେ ଦେଶବାସୀ । ଏମିତି ପରିସ୍ଥିତିରେ ଅଭିନେତା ଅଭିନୟ ଛାଡି ଫଳ ବିକିବାରେ ବ୍ୟସ୍ତ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଲକଡାଉନ ପାଇଁ ଟିଭି ସିରିୟଲ, ଫିଲ୍ମ ସୁଟିଂ ସବୁ ବନ୍ଦ ପଡିଛି । ଫେମସ ସେଲିବ୍ରିଟି ନିଜ ନିଜ ଘରେ ରହି ଦେଶବାସୀଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବାରେ ବ୍ୟସ୍ତ । ହେଲେ ଫିଲ୍ମ ସୁଟିଂ ବନ୍ଦ ଥିବାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟ କଳାକାର । ଯେଉଁମାନେ ଫିଲ୍ମରେ ଛୋଟ ରୋଲ କରି ନିଜ ପରିବାର ପେଟ ପୋଷୁଥିଲେ । ବର୍ତ୍ତମାନ ଏହି କଳାକାରଙ୍କୁ ଆର୍ଥିକ ସମସ୍ୟା ମାଡିବସିଛି । ଯାହାର ଉଦାହରଣ ସାଜିଛନ୍ତି ଅଭିନେତା ସୋଲଙ୍କି ଦିବାକର ।

ପରିବାରର ପେଟ ପୋଷିବା ପାଇଁ ବର୍ତ୍ତମାନ ସେ ରାସ୍ତାରେ ଫଳ ବିକ୍ରି କରୁଛନ୍ତି । ଏବେ ସେ ଦିଲ୍ଲୀରେ ପତ୍ନୀ ଓ ଦୁଇ ଛୁଆଙ୍କ ସହ ଅଛନ୍ତି । ଏହି ମାମଲାରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ କୌଣସି କାମ ଛୋଟ ନୁହେଁ । ସେ ଏହି କାମ କରି ମଧ୍ୟ ଖୁସି ଅଛନ୍ତି । କାରଣ ଏହାଦ୍ବାରା ସେ ପରିବାରର ଆବଶ୍ୟକତାକୁ ପୂରଣ କରିପାରୁଛନ୍ତି ।

photo
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସେ ଆୟୁଷ୍ମାନ ଖୁରାନାଙ୍କ ସୁପରହିଟ୍ ଫିଲ୍ମ ଡ୍ରିମ ଗାର୍ଲରେ ଅଭିନୟ କରିଥିଲେ । ଏହାବ୍ୟତୀତ ସେ ତିତଲୀ ସହ ଅନେକ ଫିଲ୍ମରେ ନଜର ଆସିସାରିଛନ୍ତି । ହେଲେ ଲକଡାଉନ ପାଇଁ ଏବେ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.