ମୁମ୍ବାଇ: ନିକଟରେ ନିଜ ଆଗାମୀ ଫିଲ୍ମ ‘ବେହଡିୟା’ର ସୁଟିଂ ଆରମ୍ଭ କରିଥିଲେ ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ । ଏହି ହରର ଡ୍ରାମା ଫିଲ୍ମ ବ୍ୟତୀତ ବରୁଣ ଆଉ ଏକ ଆକ୍ସନ ଡ୍ରାମା ଫିଲ୍ମ ‘ସନକି’ରେ ନଜର ଆସିବେ । ଇତିମଧ୍ୟରେ ତାଙ୍କ ଫିଲ୍ମରେ ତାଙ୍କ ଭୂମିକାକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର ।
ପ୍ରଥମଥର ସନକିରେ ବରୁଣଙ୍କ ନୂଆ ଅବତାର ଦେଖିବାକୁ ମିଳିବ । ସେ ଜଣେ ଦିବ୍ୟାଙ୍ଗ ଭୂମିକାରେ ଅଭିନୟ କରିବେ । ସେହିପରି ସାଜିଦ ନାଦିଆଦୱାଲାଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ହେଉଥିବା ଏହି ଫିଲ୍ମରେ ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିବ ।
ଫିଲ୍ମ ‘ସନକି’ ହେଉଛି ତାମିଲ ଥ୍ରୀଲର ‘ଧୁରୁଭଙ୍ଗାଲ ପାଦିନାରୁ’ର ହିନ୍ଦୀ ରିମେକ । ଯେଉଁଥିରେ ବରୁଣ ଜଣେ ସାହସୀ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ। ଯିଏ ଏକ ମାମଲା ସମାଧାନ କରିବା ସମୟରେ ନିଜର ଗୋଡ ହରାଇ ଦେଉଛନ୍ତି । ନିଶ୍ଚିତ ଭାବରେ, ଏହି ଭୂମିକା ବରୁଣଙ୍କ ପାଇଁ ଚ୍ୟାଲେଞ୍ଜଭରା ହେବାକୁ ଯାଉଛି । କାରଣ ସେ ତାଙ୍କ କ୍ୟାରିୟରରେ କେବେ ବି ଦିବ୍ୟାଙ୍ଗ ଭୂମିକାରେ ଅଭିନୟ କରିନାହାଁନ୍ତି ।