ETV Bharat / sitara

ବରୁଣ-ସାରାଙ୍କ ‘କୁଲି ନଂ 1’ରେ କୋରୋନା ଝଲକ !

author img

By

Published : Jun 11, 2020, 10:14 PM IST

ନୂଆ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ବରୁଣ । ନିଜ ଚର୍ଚ୍ଚିତ ଫିଲ୍ମ ‘କୁଲି ନଂ 1’ର ଏକ ପୋଷ୍ଟର ଜାରି କରିଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ ଓ ସାରା ଅଲ୍ଲୀ ଖାନଙ୍କ ଆଗାମୀ ଫିଲ୍ମ ‘କୁଲି ନଂ 1’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଫିଲ୍ମ ଦେଖିବାକୁ ବ୍ୟାକୁଳ ଦର୍ଶକ । ଫିଲ୍ମର ଅଧା ସୁଟିଂ କୋରୋନା ପାଇଁ ବନ୍ଦ ପଡିଛି । ହେଲେ ପୂର୍ବରୁ ଫିଲ୍ମର କିଛି ପୋଷ୍ଟର ଜାରି କରାଯାଇଥିଲା । ଆଉ କିଛି ପ୍ରୋମୋ ଭିଡିଓ ମଧ୍ୟ । ଟ୍ରେଲର ରିଲିଜ ହେବା ପୂର୍ବରୁ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା । କିନ୍ତୁ ଇତିମଧ୍ୟରେ ଲାଗୁଛି ଯେ ମେକର୍ସ ଫିଲ୍ମରେ କୋରୋନା ଭାଇରସ ଟ୍ବିଷ୍ଟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ବରୁଣଙ୍କ ଦ୍ବାରା ସେୟାର କରାଯାଇଥିବା ପୋଷ୍ଟରରୁ ଏହା ଜଣାପଡୁଛି ।

କଥାଟି ହେଲା ଯେ ବରୁଣ ‘କୁଲି ନଂ 1’ର ଏକ ନୂଆ ପୋଷ୍ଟର ଗୁରୁବାର ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ ସେ ଫିଲ୍ମ ଲୁକ୍ସରେ ଅଛନ୍ତି ସେ । ହେଲେ ମାସ୍କ ପିନ୍ଧିଥିବାର ମଧ୍ୟ ଦେଖାଯାଉଛନ୍ତି । ଫିଲ୍ମକୁ ନେଇ ସେ କିଛି ଅଧିକ ସୂଚନା ମଧ୍ୟ ଦେଇନାହାଁନ୍ତି କିମ୍ବା କ୍ୟାପସନରେ ମଧ୍ୟ କିଛି ଲେଖିନାହାଁନ୍ତି । ତେବେ ଏହି ପୋଷ୍ଟ ଦେଖି ଦର୍ଶକ ଅନୁମାନ ଲଗାଉଛନ୍ତି ଯେ ହୁଏତଃ ମେକର୍ସ ଫିଲ୍ମରେ କୋରୋନା ଭାଇରସର ଝଲକ ମଧ୍ୟ ସାମିଲ କରିବେ । ଫିଲ୍ମ ଆସିଲା ପରେ ହିଁ ଏହି ବିଷୟରେ ଜଣାପଡିବ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.