ETV Bharat / sitara

ନତାଶାଙ୍କ ସହ ନିର୍ବନ୍ଧକୁ ନେଇ ଏମିତି କହିଲେ ବରୁଣ

author img

By

Published : Dec 21, 2020, 1:07 PM IST

ପୁଣିଥରେ ନିଜ ଲଭ ଲାଇଫ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ବରୁଣ । ନତାଶାଙ୍କ ସହ ସେ କରିନାହାଁନ୍ତି ନିର୍ବନ୍ଧ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଦୀର୍ଘ ସମୟରୁ ଲୋକପ୍ରିୟ ଅଭିନେତା ବରୁଣ ଧୱନ ନିଜ ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହ ରିଲେସନଶିପରେ ରହିଆସୁଛନ୍ତି । ଆଉ ଏହି ଯୋଡିଙ୍କ ବିବାହ ଖବର ମଧ୍ୟ ସବୁବେଳେ ଚର୍ଚ୍ଚାରେ । ନିଜ କ୍ୟାରିୟରରେ ଏବେ ବ୍ୟସ୍ତ ଥିବା ବରୁଣ ନତାଶାଙ୍କ ସହ ନିର୍ବନ୍ଧ କରିବା କଥାକୁ ଖଣ୍ଡନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା...

କଥାଟି ହେଲା ଯେ ନିକଟରେ ଅଭିନେତ୍ରୀ କରୀନା କପୁର ଖାନ ନିଜ ଚାଟ ଶୋରେ ନତାଶାଙ୍କ ପରିଚୟ ବରୁଣଙ୍କ ସହ ନିର୍ବନ୍ଧ ହୋଇ ସାରିଥିବା ଭାବି ପତ୍ନୀ ରୂପେ ଦେଇଥିଲେ । ଏହିପରି ବରୁଣଙ୍କ ରିଲେସନଶିପ ଷ୍ଟେଟସକୁ ନେଇ ଖୁଲାସା କରିଥିଲେ ସେ । ସେପଟେ ନତାଶା ମଧ୍ୟ ବରୁଣଙ୍କ ସହ ନିର୍ବନ୍ଧ କରିବା କଥାର ସୂଚନା ଦେଇଥିଲେ ।

ହେଲେ ଏହି କଥା ଉପରେ ପ୍ରତିକ୍ରିୟା ରଖି ବରୁଣ ଏବେ ନିର୍ବନ୍ଧ କଥାକୁ ଖଣ୍ଡନ କରିଛନ୍ତି । ଏକ ସାକ୍ଷାତକାରରେ ସେ ଜଣାଇଛନ୍ତି, ‘ନିର୍ବନ୍ଧ ଆମେ କରିନାହୁଁ ହେଲେ ଆମେ ପରସ୍ପର ସହ କମିଟମେଣ୍ଟ କରିଛୁ । ଯେତେବେଳେ ଜଣେ ବ୍ୟକ୍ତି ବର୍ଷ ବର୍ଷ ଧରି କାହା ସହିତ ରହେ ଏବଂ କେହି ତାଙ୍କ ସହିତ ସମ୍ପୃକ୍ତ ରୁହନ୍ତି ତେବେ ନିର୍ବନ୍ଧ ଏକ ଭଲ ପଦକ୍ଷେପ । ନତାଶାଙ୍କ ସହ ମୋର ସମ୍ପର୍କ ପାଇଁ ମୁଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଅଛି ଏବଂ ଏହାର ଅର୍ଥ ମୋ ଜୀବନରେ ତାଙ୍କ ବ୍ୟତୀତ ଅନ୍ୟ କେହି ନାହାଁନ୍ତି । ହେଲେ ଆମର ଏଯାବତ ନିର୍ବନ୍ଧ ହୋଇନାହିଁ ।’

ଖାଲି ଏତିକି ନୁହେଁ ସେ ନିଜ କମେଡି ଅନ୍ଦାଜରେ ଏହା ମଧ୍ୟ କହିଛନ୍ତି, ‘ଗତ 18ରୁ 20 ଦିନରେ ମୁଁ କେବଳ ନିଜ ସହ ରିଲେସନଶିପରେ ଅଛି । କାରଣ କୋରୋନା ପାଇଁ ମୁଁ କ୍ବାରେଣ୍ଟାଇନରେ ରହିଆସୁଛି ।’ ପ୍ରକାଶ ଥାଉକି ନିକଟରେ ଶୁଣିବାକୁ ମିଳୁଥିଲା ଯେ ବରୁଣ ଓ ନତାଶା ଏବର୍ଶ ଶେଷ ଆଡକୁ ଥାଇଲ୍ୟାଣ୍ଡରେ ବିବାହ କରିବେ । ଏହି ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି ବରୁଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.