ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ରିଆଙ୍କ ନାମ ନେଲେ ରୁମୀ - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ

ସୁଶାନ୍ତ ଡିପ୍ରେସନରେ ଅଛନ୍ତି ବୋଲି ଅଭିନେତ୍ରୀ ରିଆଙ୍କଠୁ ଶୁଣିଥିଲେ ନିର୍ଦ୍ଦେଶକ ରୁମୀ ଜାଫରୀ । ଏପରି ବୟାନ ପୋଲିସକୁ ଦେଇ ଚର୍ଚ୍ଚାରେ ବର୍ତ୍ତମାନ ସେ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 26, 2020, 7:44 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଏଯାବତ ଅନେକ ଲୋକଙ୍କୁ ପଚରାଉଚାର କରିସାରିଲାଣି । ନିକଟରେ ଫେମସ ନିର୍ଦ୍ଦେଶକ ରୁମୀ ଜାଫରୀଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ସେ ସୁଶାନ୍ତଙ୍କ ସହ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ନେଇ ଏକ ରୋମାଣ୍ଟିକ ଫିଲ୍ମ ନିର୍ମାଣ କରିଥାଆନ୍ତେ । ଶୁଣିବାକୁ ମିଳୁଛି ଯେ ରୁମୀଙ୍କୁ ପୋଲିସ ପାଖାପାଖି 4-5 ଘଣ୍ଟା ପଚରାଉଚରା କରିଥିଲା ।

ସେହିପରି ନିଜ ବୟାନରେ ରୁମୀ ପୋଲିସଙ୍କୁ କହିଥିଲେ, ‘ମୁଁ ସୁଶାନ୍ତଙ୍କ ସହ କଥାବାର୍ତ୍ତା କରିବାକୁ ଯାଉଥିଲି । ହେଲେ ଏହି ବିଷୟରେ ସେ ମୋ ସହ କୌଣସି କଥା ହୋଇନଥିଲେ । ଜୁନ 12ରେ ମୁଁ ତାଙ୍କ ସହ ଶେଷଥର କଥା ହୋଇଥିଲି । ମୁଁ ତାଙ୍କ ହେଲ୍ଥ ବିଷୟରେ ଜାଣିବାକୁ ଚାହୁଁଥିଲି । କାରଣ ମତେ ଜଣାପଡିଥିଲା ଯେ ସେ ଡିପ୍ରେସନରେ ଅଛନ୍ତି । ଆଉ କୌଣସି କଥାକୁ ନେଇ ଚିନ୍ତିତ ମଧ୍ୟ । ରିଆ ମତେ କହିଥିଲେ ସୁଶାନ୍ତ ଡିପ୍ରେସନରେ ଅଛନ୍ତି ବୋଲି।’

ପ୍ରକାଶ ଥାଉକି ରୁମୀଙ୍କ ପୂର୍ବରୁ ସଞ୍ଜୟ ଲୀଲା ଭଂସାଲୀ, ଶେଖର କପୁର ଓ ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରିସାରିଛି ପୋଲିସ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.