ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଯାଞ୍ଚ ଏବେ ସିବିଆଇ କରୁଛି । ତାଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ଅନେକ ଲୋକ ନ୍ୟାୟ ଦାବି କରିଆସୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି କିଛି ସେଲିବ୍ରିଟିଙ୍କ ଠୁ ନେଇ ରାଜନେତା । ସେହିପରି ଅନେକ ଲୋକଙ୍କ ଅନୁଯାୟୀ ସୁଶାନ୍ତ ଆତ୍ମହତ୍ୟା କରିନାହିଁନ୍ତି, ତାଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ବର୍ତ୍ତମାନ ଚର୍ଚ୍ଚାରେ । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ, ସୁଶାନ୍ତଙ୍କ କେସରେ ଏନଆଇଏ (ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି) ଯାଞ୍ଚ ଦାବି କରିଛନ୍ତି । ସେ ଜଣେ ଫ୍ୟାନଙ୍କ ଟ୍ବିଟ ଦେଖିବା ପରେ ଏହି କଥାର ଆଶଙ୍କ ପ୍ରକାଶ କରିଛନ୍ତି କି ସୁଶାନ୍ତଙ୍କ ମୃତ୍ୟୁ ଫାଶି ଲଗାଇବାରୁ ହୋଇନାହିଁ ବରଂ ଷ୍ଟନ ଗନ ଦ୍ବାରା ହୋଇଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କଥା...
-
Yes i m tottaly agree !!!
— Sushant Was Murdered ! (@TheTrueWay0) August 11, 2020 " class="align-text-top noRightClick twitterSection" data="
And they match !!! @republic @ishkarnBHANDARI @Swamy39 @arnab5222 @KanganaTeam https://t.co/uKCd1bUM6J
">Yes i m tottaly agree !!!
— Sushant Was Murdered ! (@TheTrueWay0) August 11, 2020
And they match !!! @republic @ishkarnBHANDARI @Swamy39 @arnab5222 @KanganaTeam https://t.co/uKCd1bUM6JYes i m tottaly agree !!!
— Sushant Was Murdered ! (@TheTrueWay0) August 11, 2020
And they match !!! @republic @ishkarnBHANDARI @Swamy39 @arnab5222 @KanganaTeam https://t.co/uKCd1bUM6J
କଥାଟି ହେଲା ଯେ ସୁଶାନ୍ତଙ୍କ ଜଣେ ଫ୍ୟାନ୍ସ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଥିଲେ, ‘ଆଜି ମୁଁ ଷ୍ଟନ ଗନ ବିଷୟରେ ବହୁତ କିଛି ପଢିଛି । ଆଉ ବୁଝିପାରିଛି ଏହାକୁ କିପରି ବ୍ୟବହାର କରାଯାଏ । ଏହାର ବ୍ୟବହାର ପରେ ଶରୀରରେ କିପରି ଦାଗ ରହିଯାଏ ତା ବିଷୟରେ ମଧ୍ୟ ଜାଣିବାକୁ ପାଇଛି । ସୁଶାନ୍ତଙ୍କ ଶରୀରରେ ମଧ୍ୟ ଅବିକଳ ଏହି ଦାଗ ଅଛି । ବନ୍ଧୁ ସୁଶାନ୍ତ ଆତ୍ମହତ୍ୟା କରିନାହିଁନ୍ତି, ତାଙ୍କୁ ସେହିମାନେ ଷ୍ଟନ ଗନ ଦ୍ବାରା ହତ୍ୟା କରିଛନ୍ତି।’
ଏହି ଟ୍ବିଟରେ ଜବାବ ଦେଇ ସୁବ୍ରମଣ୍ୟମ ଲେଖିଛନ୍ତି, ‘କଣ ଏହି ଗନ ଆରବ ସମୁଦ୍ର ଦେଇ ଭାରତ ଆସିଛି । ଏନଆଇଏକୁ ଏହି ମାମଲାର ଯାଞ୍ଚ ସହ ସମ୍ପୃକ୍ତ ହେବା ଦରକାର । ଯାହାଦ୍ବାରା ସତ ସମସ୍ତଙ୍କ ସାମ୍ନାକୁ ଆସିପାରିବ।’