ETV Bharat / sitara

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ବିକାଶଙ୍କ 9ଟି ପ୍ରଶ୍ନ...

author img

By

Published : Oct 7, 2020, 8:25 PM IST

ବିକାଶ ସିଂ ସିବିଆଇଙ୍କୁ ସୁଶାନ୍ତଙ୍କ ମାମଲାରେ ଏକ ଚିଠି ଲେଖିଛନ୍ତି । ଏହାସହ ସେ ଫରେନ୍ସିକ ଟିମ ଯାଞ୍ଚ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ଗତ ତିନି ମାସରୁ ଚାଲିଥିବା ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ ମିଳିନାହିଁ କୌଣସି ହତ୍ୟା ସନ୍ଧାନ । ସିବିଆଇ ଦ୍ବାରା ଗଠିତ ଏମ୍ସ ପ୍ୟାନେଲ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ରିପୋର୍ଟରେ କହିଛି । ସେପଟେ ବୁଧବାର ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ଜାମିନ ପ୍ରଦାନ କରିଛି ବମ୍ବେ ହାଇକୋର୍ଟ । ଇତିମଧ୍ୟରେ ଏମ୍ସ ରିପୋର୍ଟକୁ ମାନିବାକୁ ପ୍ରସ୍ତୁତ ନାହାଁନ୍ତି ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ଗୁପ୍ତା । ଯାହାକୁ ନେଇ ସେ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି ।

ଖାଲି ଏତିକି ନୁହେଁ ଏହି ମାମଲାରେ ସେ ସିବିଆଇକୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ଯେଉଁଥିରେ ଦ୍ବିତୀୟଥର ଫରେନ୍ସିକ ଟିମ ଗଠନ କରିବାକୁ ଦାବି କରିଛନ୍ତି । ଏହାବ୍ୟତୀତ ସେ ଏମ୍ସର ଯାଞ୍ଚ ରିପୋର୍ଟ ଭୁଲ ମଧ୍ୟ ଦର୍ଶାଇଛନ୍ତି । ସେ ପାଖାପାଖି 9ଟି ପ୍ରଶ୍ନ ପଚାରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ବିକାଶଙ୍କ ପ୍ରଶ୍ନ ଉପରେ...

1. ମୃତ୍ୟୁ ଦିନ ସନ୍ଧ୍ୟାରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କାହିଁକି କରାଯାଇଥିଲା ?

2. ରାତିରେ ପୋଷ୍ଟମର୍ଟମ କରିବାକୁ ମାଜିଷ୍ଟ୍ରେଟ ଅନୁମତି ଦେଇଥିଲେ କି ?

3. ପୋଷ୍ଟମର୍ଟମ ସମୟରେ ସୁଶାନ୍ତଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ଥିଲେ କି ?

4. ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଶରୀରରେ ଚିହ୍ନ ଥିବା କଥା କୁହାଯାଇଛି କି । ତେବେ ଏଥିରେ କୌଣସି ଆଘାତ ହେବାର କଥା ଉଲ୍ଲେଖ କାହିଁକି କରାଯାଇନାହିଁ ?

5. ସୁଶାନ୍ତଙ୍କ ଭଳି ମାମଲାରେ ଅଟୋସ୍ପାଇ ପାଇଁ 2ରୁ3 ଘଣ୍ଟା ଲାଗିଥାଏ । ତେବେ ଏହା 90 ମିନିଟ୍‌ରେ କିପରି ଶେଷ ହୋଇଥିଲା ?

6. ସୁଶାନ୍ତଙ୍କ ମୃତଶରୀରରୁ ଭିସରା ରିପୋର୍ଟ ବ୍ୟତୀତ ଏମିତି କଣା ପତା ଲାଗିଥିଲା ଯେ ଯାହାଦ୍ବାରା ମର୍ଡର ସିଦ୍ଧାନ୍ତ ଶେଷ ହୋଇଯାଇଥିଲା ?

7. ଯେଉଁ ରଶିରେ ସୁଶାନ୍ତ ଫାଶି ଲଗାଇଥିଲେ, ତାହା ଉପରେ ସନ୍ଦେହ ହେଉଛି ଯେ ରଶି ସୁଶାନ୍ତଙ୍କ ଶରୀରର ଓଜନ ଉଠାଇବା ଯୋଗ୍ୟ ନୁହେଁ ?

8. ପୋଷ୍ଟମାର୍ଟମ ରିପୋର୍ଟରେ ମୃତ୍ୟୁ ସମୟ କାହିଁକି ଲେଖାଯାଇନାହିଁ ?

9. ଟେଜର ବନ୍ଧୁକ ବ୍ୟବହାର ଉପରେ କଣ କହିବେ । ଟେଜର ବନ୍ଧୁକ ବ୍ୟବହାର ପରେ ଗଳା ଦବା ଯାଇଛି ?

ପ୍ରକାଶ ଥାଉକି ବିକାଶଙ୍କ ଏହି ପ୍ରଶ୍ନର ଜବାବ ଦେଇଛି ଯାଞ୍ଚ କରିଥିବା ଫରେନ୍ସିକ ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.