ETV Bharat / sitara

କପିଲ ଶର୍ମାଙ୍କ ଶୋ’କୁ ଫେରିବେନି ସୁନୀଲ, ଜାଣନ୍ତୁ କାହିଁକି ?

author img

By

Published : Feb 18, 2021, 11:32 AM IST

ଅନେକ ଦିନରୁ ସୁନୀଲଙ୍କୁ ନେଇ କଳ୍ପନାଜଳ୍ପନା କରିଆସୁଛନ୍ତି ଫ୍ୟାନ୍ସ ଯେ ସେ କମେଡି ଶୋ ‘ଦ କପିଲ ଶର୍ମା’କୁ ପୁଣିଥରେ ନିଜ ଦମଦାର ଅନ୍ଦାଜ ନେଇ ଫେରିବେ । ଇତିମଧ୍ୟରେ ସାମ୍ନାକୁ ଆସିଲା ବଡ ଖବର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁନୀଲ ଗ୍ରୋଭର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁନୀଲ ଗ୍ରୋଭର

ମୁମ୍ବାଇ: ଛୋଟ ପରଦାର କମେଡି ଶୋ ‘ଦ କପିଲ ଶର୍ମା ଶୋ’ ଦୀର୍ଘ ଦିନରୁ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି । ପ୍ରଥମ ସିଜିନରେ ଶୋରେ ଫେମସ ଅଭିନେତା ସୁନୀଲ ଗ୍ରୋଭରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ କପିଲ ଶର୍ମାଙ୍କ ସହ ତାଙ୍କ ବିବାଦ ପରେ ସେ ଶୋ ଛାଡିଦେଇଥିଲେ । ଆଉ ଶୋରେ ତାଙ୍କ କମବ୍ୟାକକୁ ନେଇ ଅନେକ ଦିନରୁ ଚର୍ଚ୍ଚା । ଫ୍ୟାନ୍ସ ମଧ୍ୟ ତାଙ୍କ ମଜାଦାର ଅଭିନୟ ଦେଖିବାକୁ ଅନାଇ ବସିଛନ୍ତି । ହେଲେ ଏବେ ଲାଗୁଛି ଏହା କେବଳ ଉଡା ଖବର । ଏଥିରେ କୌଣସି ବାସ୍ତବତା ନାହିଁ ।

କାରଣ ଚର୍ଚ୍ଚା ଜୋର ଧରିଛି ଯେ ସୁନୀଲଙ୍କ ଘନିଷ୍ଠ ଲୋକ ନିଶ୍ଚିତ କରିଛନ୍ତି ଯେ ସେ କପିଲ ଶର୍ମାଙ୍କ ଶୋକୁ ଫେରିବେ ନାହିଁ । ସେପଟେ କୁହାଯାଇଥିଲା ଯେ ନିର୍ମାତା ଦୁଇ ହାସ୍ୟ ଅଭିନେତାଙ୍କ ମଧ୍ୟରେ ଜିନିଷକୁ ସୁଧାରିବାକୁ ଏବଂ ସେମାନଙ୍କୁ ଏକାଠି ମଞ୍ଚକୁ ଫେରାଇ ଆଣିବାକୁ ଚେଷ୍ଟା କରିଛନ୍ତି । ହେଲେ ଗ୍ରୋଭରଙ୍କୁ କୌଣସି କଲ ନିର୍ମାତାଙ୍କ ତରଫରୁ ଆସିନାହିଁ । ଆଉ ଏଥିରୁ ସ୍ପଷ୍ଟ ଯେ ସେ ଶୋକୁ କମବ୍ୟାକ କରିବେ ନାହିଁ ।

ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା ଅଲ୍ଲି ଅବ୍ବାସ ଜଫରଙ୍କ ଚର୍ଚ୍ଚିତ ୱେବ ସିରିଜ ‘ତାଣ୍ଡବ’ରେ ନଜର ଆସିଥିଲେ ସୁନୀଲ । ତାଙ୍କ ସହ ଏହି ସିରିଜରେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ, ଡିମ୍ପଲ କାପାଡିଆ, ଗୌହର ଖାନଙ୍କ ଭଳି କଳାକାର ଅଭିନୟ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.