ETV Bharat / sitara

ହଟହଟା ପୁନୀତ, ଅଭିଯୋଗ ଆଣିଲେ ଦିଶାଙ୍କ ପରିବାର ଓ ସୁରଜ - ଦିଶା ଓ ସୁଶାନ୍ତଙ୍କ କେସରେ ସୁରଜଙ୍କ ନାମ ସମ୍ପୃକ୍ତ

ଚର୍ଚ୍ଚାରେ ବର୍ତ୍ତମାନ ଅଭିନେତା ପୁନୀତ ବରିଷ୍ଠ । ସୋସିଆଲ ମିଡିଆରେ ଦିଶା ଓ ସୁଶାନ୍ତଙ୍କ କେସରେ ସୁରଜଙ୍କ ନାମ ସମ୍ପୃକ୍ତ କରିଥିଲେ ସେ । ଯାହାକୁ ଆଧାର କରି ରୁଜୁ ହୋଇଛି ଏଫଆଇଆର ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 14, 2020, 12:48 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ ବ୍ୟତୀତ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ସୁଶାନ୍ତଙ୍କ ଆତ୍ମହତ୍ୟାର କିଛି ଦିନ ପୂର୍ବରୁ ଦିଶା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଦୁଇଜଣଙ୍କ ଆତ୍ମହତ୍ୟା ଏଯାବତ ରହସ୍ୟ ଘେରରେ । ଖାଲି ଏତିକି ନୁହେଁ ଦିଶାଙ୍କ ଆତ୍ମହତ୍ୟାରେ ଅଭିନେତା ସୁରଜ ପଞ୍ଚୋଲୀଙ୍କ ନାମ ସମ୍ପୃକ୍ତ କରାଯାଉଛି । ଅନେକଥର ଏହି ମାମଲାକୁ ଖଣ୍ଡନ କରିସାରିଲେଣି ସୁରଜ । ହେଲେ ଇତିମଧ୍ୟରେ ଦିଶାଙ୍କ ପରିବାର ଓ ସୁରଜ ଅଭିନେତା ପୁନୀତ ବରିଷ୍ଠଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛନ୍ତି ।

ପୁନୀତଙ୍କ ନାମରେ ଏହି ମାମଲାରେ ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁରେ ମିଥ୍ୟା ଖବର ପ୍ରଚାରିତ କରୁଥିବାର ଅଭିଯୋଗ ଲଗାଯାଇଛି । କଥାଟି ହେଲା ଯେ ପୁନୀତ ଜୁନ 30 ତାରିଖରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁ ମାମଲାରେ ସୁରଜଙ୍କ ନାମ ସମ୍ପୃକ୍ତ କରିଥିଲେ । ଏହାକୁ ଆଧାର କରି ଏବେ ଦିଶାଙ୍କ ବାପା ଓ ସୁରଜ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ।

ସେହିପରି ସୁରଜ ନିଜ ଅଭିଯୋଗରେ କହିଛନ୍ତି, ‘ପୁନୀତ ଓ କିଛି ବଡ ସଂଗଠନ ଦ୍ବାରା ସୋସିଆଲ ମିଡିଆରେ ଭୁଲ ଷ୍ଟୋରି ପ୍ରସାରିତ ହେଉଛି । ଏପରି ମିଥ୍ୟା ପୋଷ୍ଟ ପାଇଁ ପୋଲିସ ସେମାନଙ୍କୁ ପଚରାଉଚରା କରିବା କଥା । ଆଉ ଯଦି ତାଙ୍କ ପାଖରେ କୌଣସି ସାକ୍ଷୀ ନାହିଁ ତେବେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବା ଦରକାର । ଅନ୍ୟପଟେ ଦିଶାଙ୍କ ବାପା ସତୀଶ ସାଲିଆନ ମୁମ୍ବାଇର ମାଲୱଣୀ ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରିଛନ୍ତି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.