ETV Bharat / sitara

ଛାତ୍ରଛାତ୍ରୀଙ୍କ ପାଇଁ ସୋନୁଙ୍କ ଅପିଲ, ବାତିଲ ହେଉ ବୋର୍ଡ ପରୀକ୍ଷା - sonu sood share a video on social media

'ବୋର୍ଡ ପରୀକ୍ଷା ବାତିଲ'ର ଆବେଦନରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ସୋନୁ ସୁଦ ।

ବୋର୍ଡ ପରୀକ୍ଷା ବାତିଲ ପାଇଁ ସୋନୁଙ୍କ ଅପିଲ
ବୋର୍ଡ ପରୀକ୍ଷା ବାତିଲ ପାଇଁ ସୋନୁଙ୍କ ଅପିଲ
author img

By

Published : Apr 12, 2021, 3:40 PM IST

ମୁମ୍ବାଇ: କୋଭିଡ ମହାମାରୀ ଭିତରେ ଏବେ ହେବାକୁ ଯାଉଛି ପିଲାଙ୍କ ବୋର୍ଡ ପରୀକ୍ଷା । ମାତ୍ର ସଂକ୍ରମଣ ବୃଦ୍ଧି ଦେଖି ଏଭଳି ସ୍ଥିତିରେ ପରୀକ୍ଷା ନ କରିବାକୁ ଅପିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । 'ବୋର୍ଡ ପରୀକ୍ଷା ବାତିଲ'ର ଆବେଦନରେ ସେ ବି ସାମିଲ ହୋଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ।

ବୋର୍ଡ ପରୀକ୍ଷା ବାତିଲ ପାଇଁ ସୋନୁଙ୍କ ଅପିଲ

ଯେଉଁଥିରେ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଫଲାଇନ ପରୀକ୍ଷା ଏଭଳି ସମୟରେ ନହେବା ଉଚିତ । କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପରିସ୍ଥିତି ମଧ୍ୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ନୁହଁନ୍ତି। ଭିଡିଓରେ ସୋନୁ ସୁଦ୍ କହିଛନ୍ତି, "ଛାତ୍ରଛାତ୍ରୀଙ୍କ ପକ୍ଷରୁ ‘ମୁଁ ଏକ ଅନୁରୋଧ କରିବାକୁ ଚାହୁଁଛି। ସିବିଏସ୍ଇ ଏବଂ ବୋର୍ଡ ପରୀକ୍ଷା ଅଫଲାଇନରେ କରାଯିବାର କାର୍ଯ୍ୟକ୍ରମ ରହିଛି, ମୁଁ ଭାବୁନାହିଁ ଛାତ୍ରମାନେ ଏହି ପରିସ୍ଥିତିରେ ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛନ୍ତି। ସେଥିପାଇଁ ସରକାର ଏହା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନିଅନ୍ତୁ । ଯାହା ପିଲାଙ୍କ ଭବିଷ୍ୟତକୁ ପ୍ରଭାବିତ କରି ନାହିଁ ’।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.