ETV Bharat / sitara

ପୁଣି ସୁଶାନ୍ତଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ଶେଖର

author img

By

Published : Jan 11, 2021, 7:55 AM IST

ସୋସିଆଲ ମିଡିଆରେ ପୁଣି ସୁଶାନ୍ତଙ୍କ ମନେ ପକେଇ ଇମୋଶନାଲ ପୋଷ୍ଟ ଲେଖିଲେ ଶେଖର । ପୂର୍ବରୁ ମଧ୍ୟ ଅନେକ ଥର ନ୍ୟାୟ ଦାବି କରିସାରିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ଗତ ବର୍ଷ ଜୁନ 14ରେ ମୁମ୍ବାଇ ସ୍ଥିତ ନିଜ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂ ରାଜପୁତ । ଆଉ ଆସନ୍ତା 14 ତାରିଖରେ ତାଙ୍କ ମୃତ୍ୟୁଙ୍କୁ 7 ମାସ ପୂରଣ ହେବାକୁ ଯାଉଛି । ଏଯାବତ ଦେଶର ତିନୋଟି ବଡ ଏଜେନ୍ସି ତାଙ୍କ ମୃତ୍ୟୁ ମାମଲାର ଯାଞ୍ଚ ଜାରି ରଖିଛି । ସେପଟେ ସୁଶାନ୍ତଙ୍କୁ ପୁଣିଥରେ ମନେ ପକାଇ ଭାବବିହ୍ବଳ ହୋଇପଡିଛନ୍ତି ଅଭିନେତା ଶେଖର ସୁମନ ।

  • Every 14th of the month is a grim reminder that one more month has gone and we are still awaiting justice on Sushant's front.June 14th - jan14th.#JusticeForSushantSinghRajput

    — Shekhar Suman (@shekharsuman7) January 10, 2021 " class="align-text-top noRightClick twitterSection" data=" ">

ସେ ରବିବାର ଏକ ଟ୍ବିଟ କରି ଲେଖିଥିଲେ, ‘ମାସର ପ୍ରତି 14 ତାରିଖ ଏକ ସ୍ମରଣୀୟ ସ୍ମୃତି ଯେ ଆଉ ଏକ ମାସ ଆଗକୁ ବଢିଗଲେ । ହେଲେ ଏଯାବତ ଆମେ ସୁଶାନ୍ତଙ୍କ ମାମଲାରେ ନ୍ୟାୟକୁ ଅପେକ୍ଷା କରିଛୁ । ଜୁନ 14, ଜାନୁଆରୀ 14 । #ଜଷ୍ଟିସ୍ ଫର୍ ସୁଶାନ୍ତ ସିଂ ରାଜପୁତ ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ପାଇଁ ନ୍ୟାୟ ପାଇବା ପାଇଁ ସୋସିଆଲ ମିଡିଆରେ କ୍ରମାଗତଭାବେ ସ୍ବର ଉତ୍ତୋଳନ କରି ଆସୁଛନ୍ତି ଶେଖର । ନୂଆ ବର୍ଷରେ ସେ ଟ୍ବିଟ କରି କହିଥିଲେ ଯେ ସୁଶାନ୍ତଙ୍କୁ ଯଥାଶୀଘ୍ର ନ୍ୟାୟ ମିଳିବ ବୋଲି ଆଶା କରି ମୁଁ ନୂଆ ବର୍ଷ ପ୍ରବେଶ କରିବାକୁ ଚାହୁଁଛି ।

ସେପଟେ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂ ଗତ ସପ୍ତାହରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରା ତାଙ୍କ ଗାର୍ଲଫ୍ରେଣ୍ଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଦାଖଲ କରିଥିବା ଏଫଆଇଆର ବିରୋଧରେ ମାମଲାର ଶୁଣାଣି ପାଇଁ ହାଜର ହୋଇଥିଲେ । ଯାହା ପରେ ସେ ଟ୍ବିଟ କରି କହିଥିଲେ ଯେ ରିଆଙ୍କ ଦ୍ବାରା ରୁଜୁ ହୋଇଥିବା ଏଫଆଇଆର ବନ୍ଦ ହେବ ବୋଲି ସେ ଆଶାବାଦୀ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.