ମୁମ୍ବାଇ: ଫେମସ ଅଭିନେତା ଶେଖର ସୁମନ ସୋମବାର ସନ୍ଧ୍ୟାରେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସହ ସାକ୍ଷାତ କରିଥିଲେ । ସେ ପାଟନାରେ ଥିବା ସୁଶାନ୍ତଙ୍କ ଘରେ ପହଞ୍ଚି ତାଙ୍କ ପିତା କେକେ ସିଂଙ୍କ ସହ କଥାବାର୍ତ୍ତା କରି ଭଲମନ୍ଦ ବୁଝିଥିଲେ । ଏହାସହ ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଜଣାଇଛନ୍ତି ବର୍ତ୍ତମାନ ସୁଶାନ୍ତଙ୍କ ପିତା କେଉଁ ଅବସ୍ଥାରେ ଅଛନ୍ତି ।
ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ସୁଶାନ୍ତଙ୍କ ପିତାଙ୍କ ସହ ଭେଟି ତାଙ୍କ ଦୁଃଖ ବାଣ୍ଟିବାକୁ ଚେଷ୍ଟା କରିଥିଲି । ଆମେ କିଛି ମୁହୂର୍ତ୍ତ ପାଇଁ ଏକାଠି ବସିଲୁ ଏବଂ କଥାବାର୍ତ୍ତା କଲୁ । ପୁରା ପରିବାର ବର୍ତ୍ତମାନ ଗଭୀର ଆଘାତରେ ଅଛନ୍ତି । ମୁଁ ଭାବୁଛି ଯେ ନିଜ ଦୁଃଖ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ ହେଉଛି ଚୁପ୍ ରହିବା ।
ସେହିପରି ସେ ମିଡିଆ ସହ ସାକ୍ଷାତ କରି ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା ଲାଗୁଛି । ଯାହା ଆମ ଆଖିକୁ ଦୃଶ୍ୟମାନ ହେଉଛି ତାହାଠାରୁ ଅଧିକ ଜିନିଷ ଅଛି । ତାଙ୍କ ମୃତ୍ୟୁ ପରେ ଯେପରି ଏକ ସ୍କ୍ରିପ୍ଟ ପ୍ରସ୍ତୁତ କରାଯ।ଇଛି, ଆଉ ଯେଉଁଥିରେ ଆତ୍ମହତ୍ୟା ଦର୍ଶା ଯ।ଉଛି ଯାହା କେଉଁଠି ନା କେଉଁଠି ହତ୍ୟା ଲାଗୁଛି । ବରଂ ଏକ ସନ୍ଦେହଜନକ ମୃତ୍ୟୁ । ହେଲେ ଆମ ପାଖରେ କୌଣସି ପ୍ରମାଣ ନାହିଁ । ଯଦି ସଠିକ୍ ରୂପେ ଯାଞ୍ଚ ହେଉଛି ତେବେ ପ୍ରକୃତ କଥା ସମସ୍ତଙ୍କ ସାମ୍ନାକୁ ଆସିବ ।