ETV Bharat / sitara

ଡିଙ୍ଗକୋ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କଲେ ଶାହିଦ - କ୍ୟାନ୍ସରରେ ଭାରତୀୟ ବକ୍ସର ଡିଙ୍ଗକୋ ସିଂଙ୍କ ପରଲୋକ

କ୍ୟାନ୍ସରରେ ଭାରତୀୟ ବକ୍ସର ଡିଙ୍ଗକୋ ସିଂଙ୍କ ପରଲୋକ । କ୍ରୀଡ଼ା ଜଗତରୁ ନେଇ କଳା ଜଗତରେ ତାଙ୍କ ପାଇଁ ଶୋକ ପ୍ରକାଶ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 11, 2021, 12:46 PM IST

ମୁମ୍ବାଇ: ଗୁରୁବାର ପୂର୍ବତନ ଭାରତୀୟ ବକ୍ସର ନଗଙ୍ଗମ ଡିଙ୍ଗକୋ ସିଂଙ୍କ ଦେହାନ୍ତ ହୋଇଥିଲା । ଦୀର୍ଘ ଦିନ ଧରି କ୍ୟାନସର ସହ ଲଢେଇ କରି ପରିଶେଷରେ ହାରି ଯାଇଛନ୍ତି ଭାରତୀୟ ବକ୍ସର ଚମ୍ପିଆନ ଡିଙ୍ଗକୋ । ତାଙ୍କ ମୃତ୍ୟୁରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ଆଉ ଏବେ ଶୋକ ପ୍ରକାଶ କରିଛନ୍ତି ବଲିଉଡର ଫେମସ ଆକ୍ଟର ଶାହିଦ କପୁର ।

  • Padma Shri Dingko Singh was one of the finest boxers, an award winning sports person who's brought glory to our nation several times. He will always remain a source of inspiration for the young generations.
    My sincere condolences to his dear ones. May his soul rest in peace 🙏🏼

    — Shahid Kapoor (@shahidkapoor) June 10, 2021 " class="align-text-top noRightClick twitterSection" data=" ">

ସେ ଟ୍ବିଟ କରି ଲେଖିଛନ୍ତି, ‘ପଦ୍ମଶ୍ରୀ ଡିଙ୍ଗକୋ ସିଂ ସର୍ବୋତ୍ତମ ବକ୍ସରମାନଙ୍କ ମଧ୍ୟରୁ ଜଣେ, ପୁରସ୍କାର ପ୍ରାପ୍ତ କ୍ରୀଡ଼ା ବ୍ୟକ୍ତି ଯିଏ ଆମ ଦେଶକୁ ଅନେକ ଥର ଗୌରବ ଆଣିଥିଲେ । ସେ ସର୍ବଦା ଯୁବପିଢି ପାଇଁ ପ୍ରେରଣା ଉତ୍ସ ହୋଇ ରହିବେ । ତାଙ୍କର ପ୍ରିୟ ଲୋକଙ୍କୁ ମୋର ଆନ୍ତରିକ ସମବେଦନା । ତାଙ୍କର ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ ।’ ଶାହିଦଙ୍କ ପୂର୍ବରୁ ଅଭିନେତା ତଥା ନିର୍ମାତା ଫରହାନ ଅଖତର ମଧ୍ୟ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଥିଲେ ।

ପ୍ରକାଶ ଥାଉକି ବକ୍ସିଂରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାର 1998ରେ ଅର୍ଜୁନ ଆୱାର୍ଡରେ ସମ୍ମାନିତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.