ETV Bharat / sitara

ଡିସେମ୍ବର 11ରେ ଆସୁଛି ସଞ୍ଜୟଙ୍କ ଲୋମହର୍ଷଣକାରୀ ଫିଲ୍ମ ‘ତୋରବାଜ୍‌’

author img

By

Published : Nov 27, 2020, 3:43 PM IST

ଆସନ୍ତା ମାସ 11ରେ ରିଲିଜ ହେବାକୁ ପ୍ରସ୍ତୁତ ନିର୍ମାତା ଗିରିଶଙ୍କ ଫିଲ୍ମ ‘ତୋରବାଜ୍‌’ । ରିଲିଜ ପୂର୍ବରୁ ଫିଲ୍ମର କାହାଣୀ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଗିରିଶ । ଅଧିକ ପଢନ୍ତୁ:

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ ନିକଟରେ କ୍ୟାନ୍ସର ରୋଗକୁ ମାତ୍ ଦେଇ ସୁସ୍ଥ ହୋଇ ଫେରିଥିଲେ । ଯାହାକୁ ନେଇ ଖୁସ ଅଛନ୍ତି ତାଙ୍କ ଫ୍ୟାନ୍ସ । ଆଉ ତାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘କେଜିଏଫ 2’ ଦେଖିବାକୁ ବ୍ୟାକୁଳ ସମସ୍ତେ । ଏହି ଫିଲ୍ମରେ ଖଳନାୟକ ସାଜି ସେ ତାମିଲ ସୁପରଷ୍ଟାର ୟଶଙ୍କ ସହ ଲଢିବେ । ସେହିପରି ଫିଲ୍ମରେ ଅଭିନେତ୍ରୀ ରବୀନା ଟଣ୍ଡନ ମଧ୍ୟ ଦେଖାଯିବେ । ‘କେଜିଏଫ 2’ ବ୍ୟତୀତ ସଞ୍ଜୟ ବର୍ତ୍ତମାନ ନିଜର ଅପକମିଂ ଫିଲ୍ମ ‘ତୋରବାଜ୍‌’କୁ ନେଇ ବ୍ୟସ୍ତ ଅଛନ୍ତି । ନିର୍ମାତା ଗିରିଶ ମାଲିକଙ୍କ ଏହି ଫିଲ୍ମରେ ମାନବ କୋଣ ସହିତ ଆତଙ୍କବାଦ ବିଷୟରେ ଆଲୋଚନା କରାଯାଇଛି ।

  • " class="align-text-top noRightClick twitterSection" data="">

‘ତୋରବାଜ୍‌’ ହେଉଛି ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ ଯିଏ ବ୍ୟକ୍ତିଗତ ଦୁଃଖଦ ଘଟଣାଠାରୁ ଦୂରେଇ ବିନାଶ ରାସ୍ତାରେ ଯାଉଥିବା ଶରଣାର୍ଥୀ ଶିବିର ପିଲାମାନଙ୍କ ଜୀବନକୁ ପରିବର୍ତ୍ତନ କରିବାକୁ ଯାଇ ସେମାନଙ୍କୁ କ୍ରିକେଟ ଶିଖାଉଥିବାର ନଜର ଆସିବେ ।

ଫିଲ୍ମର କାହାଣୀ ବିଷୟରେ ଆଲୋଚନା କରି ଗିରିଶ କହିଛନ୍ତି, ‘ମୁଁ ପ୍ରକୃତରେ ଏମିତି କାହାଣୀ ଏବଂ ଚରିତ୍ର ଆଣିବାକୁ ପସନ୍ଦ କରିଛି ଯାହା ଦର୍ଶକ କେବେ କଳ୍ପନା କରିନଥିବେ । ଏହି ଦୁନିଆରେ ବହୁତ କିଛି ଅଛି ଯାହା ସିନେମାର ମାଧ୍ୟମରେ କହିବା ଆବଶ୍ୟକ । ଫିଲ୍ମ ନିର୍ମାଣ ଜଗତ ମୋ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ଏବଂ ମୁଁ ପ୍ରତ୍ୟେକ ଚରିତ୍ରକୁ ଏହାର ସଚ୍ଚୋଟ ଏବଂ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବାକୁ ପସନ୍ଦ କରେ । ତାହା ସର୍ବଦା ମୋର ପ୍ରାଥମିକତା ଅଟେ | ତୋରବାଜ୍ ଏହିପରି ଏକ କାହାଣୀ ଯାହା ଦର୍ଶକଙ୍କ ଉପରେ ନିଶ୍ଚିତ ପ୍ରଭାବ ପକାଇବ ।’

ପ୍ରକାଶ ଥାଉକି ସଞ୍ଜୟଙ୍କ ସହ ଏହି ଫିଲ୍ମରେ ନର୍ଗିସ ଫାଖରି ଏବଂ ରାହୁଲ ଦେବ ନଜର ଆସିବେ । ଆସନ୍ତା ମାସ 11 ତାରିଖରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲକ୍ସିରେ ରିଲିଜ ହେବ ଫିଲ୍ମ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.