ମୁମ୍ବାଇ: ଦର୍ଶକଙ୍କ ପ୍ରଭାବିତ କରିନଥିଲେ ବରଂ ନିର୍ଦ୍ଦେଶକଙ୍କ ଭରସା ମଧ୍ୟ ଜିତିଥିଲେ । 2019ରେ ରିଲିଜ ହୋଇଥିବା ‘ଗଲିବୟ’ ସୁପରଡୁପର ହିଟ୍ ହୋଇଥିଲେ । ଆଉ ଓସ୍କାର ପ୍ରତିଯୋଗୀତା ଦୌଡରେ ମଧ୍ୟ ସାମିଲ ହୋଇଥିଲା । ଫିଲ୍ମରେ ରଣବୀରଙ୍କ ସାହାସି ଗାର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ କ୍ୟୁଟ ଆଲିୟା ଭଟ୍ଟ । ଇତିମଧ୍ୟରେ ଏହି ଦୁହେଁ ଷ୍ଟାରଙ୍କୁ ନେଇ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଯାହା ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ ।
ଚର୍ଚ୍ଚା ଜୋର ଧରିଛି ଯେ ପୁଣିଥରେ ସ୍କ୍ରିନ ସେୟାର କରିବେ ଏହି ଯୋଡି । କରନ ଜୋହରଙ୍କ ଆଗାମୀ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି ରଣବୀର ଓ ଆଲିୟା । ଫିଲ୍ମକୁ ନେଇ ଏଯାବତ ଅଧିକ ସୂନଚା ସାମ୍ନାକୁ ଆସିନାହିଁ ।
ହେଲେ ଫିଲ୍ମ ସୁଟି ଆସନ୍ତା ବର୍ଷ ଆରମ୍ଭ କରିବେ ମେକର୍ସ ବୋଲି ଶୁଣିବାକୁ ମିଳୁଛି । ସେହିପରି ନିଜର ସବୁ ପ୍ରୋଜେକ୍ଟ ଶେଷ କରିବା ପରେ କରନଙ୍କ ଏହି ଫିଲ୍ମର କାମ ଆରମ୍ଭ କରିବେ ରଣବୀର । ସୁଟିଂ ପୂର୍ବରୁ 25 ଦିନର ଏକ ୱାର୍କଶପ୍ ରଖାଯିବ ।
ଏହାବ୍ୟତୀତ ରଣବୀରଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛନ୍ତି । ଯେଉଁଥିରେ ସେ ଲେଜେଣ୍ଡ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଦେଖାଯିବେ । ଫିଲ୍ମର କାହାଣୀ 1983ରେ ଭାରତୀୟ କ୍ରିକେଟ ଟିମ ପ୍ରଥମଥର ବିଶ୍ବକପ ଜିତିଥିବାକୁ ନେଇ ଆଧାରିତ । ଆଉ ରଣବୀରଙ୍କ ପତ୍ନୀ ଭୂମିକାରେ ଦେଖାଯିବେ ରିୟଲ ପତ୍ନୀ ଦୀପିକା ପାଦୁକୋନ ।