ମୁମ୍ବାଇ: 80-90 ଦଶକର ଫେମସ ଅଭିନେତା ରଞ୍ଜୀତଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଚହଳ ସୃଷ୍ଟି କରିଛି । 73 ବର୍ଷ ବୟସରେ ଜବରଦସ୍ତ ଡାନ୍ସ କରି ଫ୍ୟାନ୍ସଙ୍କୁ ସେ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ସେ ନିଜ ଲାଡଲୀଙ୍କ ସହ ସପୁରଡୁପର ହିଟ୍ ଫିଲ୍ମ ‘ସୋଲେ’ର ପପୁଲାର ଗୀତ ‘ମହୈବୁବା’ରେ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଖାଲି ଏତିକି ନୁହେଁ ବାପା-ଝିଅ ଜିମରେ ଡାନ୍ସ କରୁଛନ୍ତି ।
ରଞ୍ଜୀତ ନିଜେ ଏହି ଭିଡିଓଟିକୁ ନିଜ ସୋସିଆଲ ମିଡିଆରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପାଖାପାଖି 80 ବୟସରେ ମୋ ଝିଅ କେବଳ ଆଙ୍ଗୁଠିରେ ମତେ ନଚାଇପାରୁଛନ୍ତି ।’
ତାଙ୍କର ଏହି ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ଦର୍ଶକଙ୍କଠୁ ନେଇ ସେଲିବ୍ରିଟି ମଧ୍ୟ ମଜାଦାର କମେଣ୍ଟ କରିବାରେ ଲାଗିଛନ୍ତି । ଦେଖନ୍ତୁ ଭିଡିଓ...
- " class="align-text-top noRightClick twitterSection" data="
">
ଆକ୍ସନ ହିରୋ ଟାଇଗର ଶ୍ରଫ କମେଣ୍ଟରେ ଲେଖିଛନ୍ତି, ‘ଶାନଦାର ଅଙ୍କଲ । ବହୁତ ଭଲ ଲାଗୁଛ ଡାନ୍ସ କରିବା ସମୟରେ ।’ ଏହାର ଜବାବ ମଜାଦାର ଅନ୍ଦାଜରେ ରଞ୍ଜୀତ ଲେଖିଛନ୍ତି, ‘ଟାଇଗର ତୁମର ହିଁ ଦାଦା ମୁଁ ।’