ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଇଣ୍ଡଷ୍ଟ୍ରିର ସବୁଠାରୁ ଫେଭରେଟ ଆକ୍ଟର୍ସଙ୍କ ମଧ୍ୟରୁ ଅନ୍ୟତମ । ଏହି କାରଣ ପାଇଁ ତାଙ୍କ ଫ୍ୟାନ ଫଲୋଅର୍ସ ଆକାଶ ଛୁଆଁ । ଏହାସହ ଫଟୋଗ୍ରାଫର୍ସ ମଧ୍ୟ ତାଙ୍କୁ ସବୁ ସ୍ଥାନରେ ଫଲୋ କରୁଥିବାର ନଜର ଆସିଥାଆନ୍ତି । ଇତି ମଧ୍ୟରେ ରଣବୀରଙ୍କ ଏକ ସେଲ୍ଫି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଜଣାଇ ଦେଉଛୁ ଯେ, ରଣବୀର ସବୁ ରବିବାର ଫୁଟବଲ ଖେଳିବାକୁ ଯାଆନ୍ତି । ଫ୍ୟାନ୍ସଙ୍କୁ ଏହି କଥା ଜଣାଥିବାରୁ ରଣବୀରଙ୍କ ଅପେକ୍ଷା ଗେଟ ପାଖରେ କରିଥାଆନ୍ତି । ଫ୍ୟାନ୍ସ ତାଙ୍କ ଗୋଟିଏ ଝଲକ ପାଇବା ପାଇଁ ଗତ ରବିବାର ମଧ୍ୟ ଗେଟ ବାହାରେ ଅପେକ୍ଷା କରିଥିଲେ । ରଣବୀର ଫ୍ୟାନ୍ସଙ୍କୁ ଦେଖିବା ମାତ୍ରେ ଗେଟ ପାଖକୁ ଯାଇ ତାଙ୍କ ସହ ସେଲ୍ଫି ଉଠାଇବାରେ ଲାଗି ପଡିଥିଲେ ।
ଏହି ଫଟୋଟି ହେବେ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ଯଦି ରଣବୀରଙ୍କ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଖୁବ୍ ଶୀଘ୍ର ଗର୍ଲଫ୍ରେଣ୍ଡ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ 'ବ୍ରହ୍ମାସ୍ତ୍ର' ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ବିଗ-ବି ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରୁଥିବାର ଦେଖାଯିବେ ।